ମଙ୍ଗଳସୂତ୍ରରେ କଳା ମାଳି ଓ ସୁନା କାହିଁକି ଲଗାଯାଏ ? ଜାଣନ୍ତୁ କଣ ରହିଛି ଏହା ପଛର ମହତ୍ତ୍ବ...

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଧର୍ମରେ ଅନୁସାରେ ସମସ୍ତ ବିବାହିତା ମହିଳାଙ୍କ ପାଇଁ ମଙ୍ଗଳସୂତ୍ର ପିନ୍ଧିବା ବହୁତ ଜରୁରୀ ବୋଲି ବିଶ୍ୱାସ କରା ଯାଏ। ଏଥିରୁ ଜଣାପଡ଼େ ଯେ ତାଙ୍କ ସ୍ବାମୀ ବଞ୍ଚିଛନ୍ତି। ଶାସ୍ତ୍ରରେ ମଙ୍ଗଳସୂତ୍ରର ମହତ୍ତ୍ବ ବିଷୟରେ କୁହାଯାଇଛି। ଏକ ବିବାହିତା ସ୍ତ୍ରୀ ପାଇଁ ତାଙ୍କର ମଙ୍ଗଳସୂତ୍ର ସବୁଠାରୁ ଅଧିକ ମୁଲ୍ୟବାନ ହୋଇଥାଏ। ମଙ୍ଗଳସୂତ୍ରକୁ କୌଣସି ଧନ ସହିତ ତୁଳନା କରାଯାଇପାରିବ ନାହିଁ।
ଆପଣ ବିବାହିତା ସ୍ତ୍ରୀମାନଙ୍କୁ ମଙ୍ଗଳସୂତ୍ର ଧାରଣ କରିଥିବାର ଦେଖିଥିବେ ଏବଂ ଏହା ମଧ୍ୟ ଦେଖିଥିବେ ଯେ ସବୁ ମଙ୍ଗଳସୂତ୍ରରେ କଳା ମାଳି ଲାଗି ଓ ସୁନା ଥିବାର।ହେଲେ ଆପଣ କେବେ ଭାବିଛନ୍ତି ଏହି କଳା ମାଳି ଓ ସୁନା ମଙ୍ଗଳସୂତ୍ରରେ ଲାଗିବାର ସ୍ବତନ୍ତ୍ରତା ସମ୍ପର୍କରେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ମଙ୍ଗଳସୂତ୍ରରେ କଳା ମାଳି ଓ ସୁନା କାହିଁକି ଲଗାଯାଇଥାଏ।

ଅଧିକ ପଢ଼ନ୍ତୁ :ଦୀପାବଳି ପୂର୍ବରୁ ଏହି 3 ଟି ସ୍ୱପ୍ନ ଶୁଭ, ଖୁସି ଖବର ମିଳିବା ସହ ମିଳିବ ପ୍ରବଳ ଟଙ୍କା !
ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ... ସବୁ ଧର୍ମରେ କଳା ରଙ୍ଗକୁ ଶୁଭ ବୋଲି ଧରାଯାଏ। ପ୍ରାୟ ସମୟରେ ଆପଣ ଲକ୍ଷ କରିଥିବେ ଯେ କଳା ରଙ୍ଗର ସୂତା ବାନ୍ଧିବା କିମ୍ବା ପିଲାଙ୍କ ଗଳାରେ ନିଶ୍ଚୟ ଆପଣ ଦେଖିଥିବେ। ହିନ୍ଦୁ ଧର୍ମ ଅନୁସାରେ କଳା ରଙ୍ଗ ଆମକୁ ଖରାପ ନଜରରୁ ରକ୍ଷା କରିଥାଏ।
ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...
ଏଥିପାଇଁ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି। ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ରରେ କଳା ରଙ୍ଗର ମୋତି ଲଗାଇବା ଦ୍ବାରା ବିବାହିତା ସ୍ତ୍ରୀ ମାନଙ୍କର ସ୍ବାମୀଙ୍କର ଆୟୁଷ ଲମ୍ବା ହୋଇଥାଏ। ଏହା ଅନେକ ପ୍ରକାରର ଖରାପ ନଜରରୁ ରକ୍ଷା କରିଥାଏ। ଏଥିପାଇଁ ମଙ୍ଗଳସୂତ୍ରରେ କଳା ରଙ୍ଗର ମାଳି ଲଗାଯାଇଥାଏ।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ
ମଙ୍ଗଳସୂତ୍ର କାହିଁକି ସୁନାରେ ତିଆରି ହୁଏ?- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳସୁତ୍ରରେ ସୁନା ବ୍ୟବହୃତ ହୁଏ କାରଣ ସୁନା ବୈବାହିକ ସୁଖର ପ୍ରତୀକ ବୋଲି କୁହାଯାଏ। ଆୟୁର୍ବେଦିକ ବିଜ୍ଞାନ ଅନୁଯାୟୀ ସୁନାରେ ଆରୋଗ୍ୟ ଗୁଣ ରହିଛି। ଆରୋଗ୍ୟ ଗୁଣ ବିବାହିତ ମହିଳାମାନଙ୍କୁ ଚିନ୍ତା, ଟେନସନ ଏବଂ ଚାପରୁ ମୁକ୍ତି ଦେଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ସୁନା ବୃହସ୍ପତିର ପ୍ରଭାବ ବଢ଼ାଇଥାଏ। ଏହା ସହିତ, ଏହା ବିବାହିତ ଜୀବନରେ ସୁଖ ଆଣିଥାଏ।
ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!