ସାବଧାନ! ଶତ୍ରୁଙ୍କ କୂଟଚକ୍ରାନ୍ତର ଶିକାର ହେବେ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
 

Weekly Horoscope 29th october 2023 to 4th november
ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ମେଷ: ରବି,ସୋମବାରରେ ଅର୍ଥପ୍ରାପ୍ତିର ଯୋଗ ରହିଛି। ପଡ଼ୋଶୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ମଙ୍ଗଳ, ବୁଧବାରରେ କାର୍ଯ୍ୟସିଦ୍ଧି ସହ ଭାଇଭଉଣୀଙ୍କ ସହଯୋଗ ପାଇବେ। ଗୁରୁ,ଶୁକ୍ର,ଶନିବାରରେ ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟିକ ସଫଳତା ମିଳିବ।

ବୃଷ: ରବି,ସୋମବାରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ସମସ୍ତ କାର୍ଯ୍ୟରେ ସଫଳ ହେବ। ମଙ୍ଗଳ, ବୁଧବାରରେ ମହିଳାମାନେ ଚଳଚଞ୍ଚଳ ରହିବେ। ସାଙ୍ଗମାନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ କାର୍ଯ୍ୟ ବିଳମ୍ବ ଦେଖାଦେବ। ସନ୍ତାନମାନଙ୍କ ପାଇଁ ଚିନ୍ତା ଲାଗି ରହିବ।

ମିଥୁନ: ରବି, ସୋମବାରରେ ଉତ୍ତମ ଆସନରେ ଅଳଂକୃତ ହୋଇପାରନ୍ତି। ଧନ ସମ୍ମାନ ପ୍ରାପ୍ତି ହେବ। ମଙ୍ଗଳ,ବୁଧବାରରେ ସମସ୍ତ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଗୁରୁ,ଶୁକ୍ର, ଶନିବାରରେ ଅଯଥା ବ୍ୟୟରେ ପଡ଼ିଯାଇପାରନ୍ତି। ବ୍ୟବସାୟିକ ଆୟବ୍ୟୟ ସମାନ ରହିବ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

କର୍କଟ: ରବି, ସୋମବାରରେ ସ୍ବପ୍ନ ସାକାର ହୋଇପାରେ। ଉଚ୍ଚ ସଫଳତା ପାଇବେ। ମଙ୍ଗଳ,ବୁଧବାରରେ ସମସ୍ୟା ବହୁଳ ରହିବ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ଗୁରୁ,ଶୁକ୍ର, ଶନିବାରରେ ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ।

ସିଂହ: ରବି,ସୋମବାରରେ ବ୍ୟବହାରିକ କାର୍ଯ୍ୟରେ ବାଧା ଦେଖାଦେବ। ମଙ୍ଗଳ,ବୁଧବାରରେ ପରିବାରରେ ସୁଖ ସନ୍ତୋଷ ବୃଦ୍ଧି ପାଇବ। ସ୍ବାଦିଷ୍ଠ ଭୋଜନ ପ୍ରାପ୍ତି ହେବ। ଗୁରୁ, ଶୁକ୍ର, ଶନିବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହେବ। ବ୍ୟବସାୟିକ ପୁଞ୍ଜିନିବେଶ କରି ସଫଳ ହେବେ।

କନ୍ୟା: ରବି,ସୋମବାରରେ ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି। ପଡ଼ୋଶୀଙ୍କ ସହଯୋଗ ପାଇବେ। ମଙ୍ଗଳ,ବୁଧବାରରେ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର,ଶନିବାରରେ ଆତ୍ମବିଶ୍ବାସର ଅଭାବ ଦେଖାଦେବ। ବ୍ୟବସାୟୀମାନେ ଦୂରଯାତ୍ର କରିପାରନ୍ତି। ବିଦ୍ୟାର୍ଥୀ ଅସ୍ଥିରମନା ହେବେ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ତୁଳା: ରବି, ସୋମବାରରେ ବିଭିନ୍ନ ସମସ୍ୟାର ସମାଧାନ କରିବେ। ଅତିଥିଙ୍କ ଆଗମନ ହୋଇପାରେ। ମଙ୍ଗଳ,ବୁଧବାରରେ ପାରିବାରିକ ବୁଝାମଣା ଭଲ ରହିବ। ଜୀବନରେ ନୂତନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ ଭାଇଭଣୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ ଉନ୍ନତି ହେବ।

ବିଛା: ରବି,ସୋମବାରରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ମଙ୍ଗଳ,ବୁଧବାରରେ ବନ୍ଧୁ ମନାନ୍ତର ହୋଇପାରେ। ଗୁରୁ,ଶୁକ୍ର,ଶନିବାରରେ ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। କଠିନ ପରିଶ୍ରମର ଫଳପ୍ରାପ୍ତି ହେବ। ବ୍ୟବସାୟ ଲାଭଜନକ ରହିବ।

ଧନୁ: ରବି,ସୋମବାରରେ ପରିବାର ସହ ସୁଖଶାନ୍ତିରେ ରହିବେ। ମଙ୍ଗଳ, ବୁଧବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ଗୁରୁ,ଶୁକ୍ର, ଶନିବାରରେ ଉଚ୍ଚଆଶା ସଫଳ ହେବ। ବ୍ୟବସାୟିକ ଆୟ ବୃଦ୍ଧି ହେବ।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ମକର: ରବି,ସୋମବାରରେ ଆଶା ମୁତାବକ ଫଳ ପାଇବେ। ମଙ୍ଗଳ,ବୁଧବାରରେ ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସୁଚାରୁ ରୂପରେ କାର୍ଯ୍ୟ କରି ସୁନାମ ପାଇବେ। ଗୁରୁ,ଶୁକ୍ର, ଶନିବାରରେ ଦାମ୍ପତ୍ୟ ଜୀବନରେ ସୁଖସନ୍ତୋଷ ବୃଦ୍ଧି। ବ୍ୟବସାୟ ସନ୍ତୋଷଜନକ ରହିବ।

କୁମ୍ଭ: ରବି,ସୋମବାରରେ ଅଯଥାରେ ବ୍ୟୟ ବହୁଳତାରେ ପଡ଼ିଯାଇପାରନ୍ତି। ମହିଳାମାନେ ହତାଦର ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ହର୍ଷୋଲ୍ଲାସ ଓ ଭ୍ରମଣଯୋଗ ରହିଛି। ଗୁରୁ,ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଚିନ୍ତିତ ରହିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରନ୍ତୁ।

ମୀନ: ରବି,ସୋମବାରରେ ସୁସ୍ବାଦୁ ଭୋଜନ ପାଇବେ। ବସ୍ତ୍ରାଦି ଆଭୂଷଣ ସୁଖ ରହିଛି। ବନ୍ଧୁ ସହଯୋଗ ପାଇ ଆଗକୁ ବଢ଼ିବେ। ମଙ୍ଗଳ,ବୁଧବାରରେ ବିରୋଧାଭାସ ମନୋବୃତ୍ତି ରଖି କଷ୍ଟ ପାଇବେ। ଅର୍ଥାଭାବ ଦେଖାଦେଇପାରେ । ଗୁରୁ,ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀ ଦୃଢ଼ମନା ହେବେ।

ଅଧିକ ପଢ଼ନ୍ତୁ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ 

Share this story