ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
 

Weekly Horoscope 15 to 21 october 2023
ପଢନ୍ତୁ ଏ ସପ୍ତାହର ରାଶିଫଳ…
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ମେଷ: ରବିବାରରେ ପୂର୍ବ କଥାକୁ ନେଇ ଦୁଶ୍ଚିନ୍ତାରେ ରହିପାରନ୍ତି। ସୋମ,ମଙ୍ଗଳ,ବୁଧବାରରେ ପରିବାର ସହ ଅଧିକ ସମୟ ବିତାଇବେ। ଗୁରୁ, ଶୁକ୍ରବାରରେ ଅନ୍ୟ ଉପରେ ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ । ଶନିବାରରେ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି।

ବୃଷ: ରବିବାରରେ ଅର୍ଥଚିନ୍ତା ଓ କାର୍ଯ୍ୟହାନି ହୋଇପାରେ। ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ । ଅକସ୍ମାତ୍ ଧନଲାଭ ଯୋଗ ରହିଛି। ଗୁରୁ, ଶୁକ୍ରବାରରେ ବ୍ୟବସାୟୀମାନେ ଲାଭବାନ ହେବେ। ଶନିବାରରେ ସାଙ୍ଗସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି।

ମିଥୁନ: ରବିବାର ଦିନଟି ସୁଖସନ୍ତୋଷ ଭିତରେ କଟିବ। ସୋମ, ମଙ୍ଗଳ, ବୁଧବାରରେ ବ୍ୟବସାୟୀମାନେ ନୂତନ କାର୍ଯ୍ୟ ପାଇଁ ଯୋଜନା କରିବେ। ଗୁରୁ, ଶୁକ୍ରବାରରେ ପାରିବାରିକ ସହଯୋଗ ପାଇବେ । ଛାତ୍ରଛାତ୍ରୀମାନେ ଉନ୍ନତି ପଥରେ ଆଗେଇବେ। ଶନିବାରରେ କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

କର୍କଟ: ରବିବାରରେ ପାରିବାରିକ ସମସ୍ୟାର ସମାଧାନ ହେବ। ସୋମ, ମଙ୍ଗଳ, ବୁଧବାରରେ ଅତିଥିଙ୍କ ଆଗମନରେ ମନ ଉତ୍ସାହିତ ରହିବ। ଗୁରୁ, ଶୁକ୍ରବାରରେ ପରିଶ୍ରମର ଉଚିତ ଫଳ ପାଇବେ। ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। ଶନିବାରରେ କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣିତ କରିବେ।

ସିଂହ: ରବିବାରରେ ଦୀର୍ଘ ଦିନର ଆଶା ପୂରଣ ହେବ। ସୋମ, ମଙ୍ଗଳ, ବୁଧବାରରେ ପାରିବାରିକ ତିକ୍ତତା ଦେଖାଦେଇପାରେ। ମହିଳାମାନେ ସ୍ବାଧୀନମନା ହେବେ। ଗୁରୁ, ଶୁକ୍ରବାରରେ ଶତ୍ରୁମାନଙ୍କ କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି। ଶନିବାରରେ ଅସାବଧାନତା ଫଳରେ ଦ୍ରବ୍ୟାଦି ହାନି ହୋଇପାରେ।

କନ୍ୟା: ରବିବାରରେ ବିଭିନ୍ନ ଉପାୟରେ ଉପାର୍ଜନ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବେ। ଗୁରୁ, ଶୁକ୍ରବାରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଶନିବାରରେ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ତୁଳା: ରବିବାରରେ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଭୂସମ୍ପତ୍ତି ଆଦି କ୍ରୟ କରିବାର ଯୋଗ ରହିଛି। ଗୁରୁ, ଶୁକ୍ରବାରରେ ମହିଳାମାନେ ରକ୍ଷଣଶୀଳା ହେବେ। ଶନିବାରରେ କାର୍ଯ୍ୟରେ ମନ୍ଥରତା ଦେଖାଦେଇପାରେ।

ବିଛା: ରବିବାରରେ ଆଶା ନିରାଶରେ ବଦଳିଯିବାରୁ ମାନସିକ ଅଶାନ୍ତିରେ ରହିବେ। ସୋମ, ମଙ୍ଗଳ,ବୁଧବାରରେ ଅର୍ଥାଭାବ ପରିଲକ୍ଷିତ ହୋଇପାରେ। ଗୁରୁ, ଶୁକ୍ରବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଶନିବାରରେ କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିପାରେ।

ଧନୁ: ରବିବାରରେ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ସୋମ, ମଙ୍ଗଳ, ବୁଧବାରରେ ଧର୍ମାଦି କାର୍ଯ୍ୟରେ ସମୟ ଅତିବାହିତ କରିବେ। ଗୁରୁ,ଶୁକ୍ରବାରରେ ଭବିଷ୍ୟତ ଯୋଜନା ଫଳପ୍ରସୂ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶନିବାରରେ ଅର୍ଥଚିନ୍ତା କଷ୍ଟ ଦେଇପାରେ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ମକର: ରବିବାରରେ ବିଭିନ୍ନ କଠିନ ପରିସ୍ଥିତିରେ ସମ୍ମୁଖୀନ ହୋଇପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରି ଆତ୍ମସନ୍ତୋଷ ପାଇବେ। ଗୁରୁ, ଶୁକ୍ରବାରରେ ନକାରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କରନ୍ତୁ ନାହିଁ। ଶନିବାରରେ ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।

କୁମ୍ଭ: ରବିବାରରେ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ସୋମ,ମଙ୍ଗଳ, ବୁଧବାରରେ ଜୀବନସାଥୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ଗୁରୁ,ଶୁକ୍ରବାରରେ ଛାତ୍ରାଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ ପାଇବେ। ଶନିବାରରେ ସମାଜରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ।

ମୀନ: ରବିବାରରେ ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ସୋମ,ମଙ୍ଗଳ,ବୁଧବାର ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ। ଗୁରୁ,ଶୁକ୍ରବାରରେ ବନ୍ଧୁଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଶନିବାରରେ ବ୍ୟବସାୟୀମାନେ ଦୂରଯାତ୍ରା କରି ଲାଭାନ୍ବିତ ହେବେ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

Share this story