ଦଶହରା ଯିବାର ଠିକ୍ ୨୧ ଦିନ ପରେ ହିଁ କାହିକିଁ ପାଳନ କରାଯାଏ ଦୀପାବଳି ? ଜାଣନ୍ତୁ ପୌରାଣିକ କାରଣ କଣ...
 

The reason why we celebrate Diwali after 21 days of Dussehra
ଦଶହରା ଯିବାର ଠିକ୍ ୨୧ ଦିନ ପରେ ହିଁ କାହିକିଁ ପାଳନ କରାଯାଏ ଦୀପାବଳି ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ଦଶହରା ଯିବାର ଠିକ ୨୧ ଦିନ ପରେ ହିଁ କାହିକିଁ ଦୀପାବଳି ପାଳନ କରାଯାଇଥାଏ ? ତେବେ ଏହା ଜାଣିବା ପାଇଁ ଆପଣଙ୍କୁ ଏହି ପୋଷ୍ଟ କୁ ଶେଷ ଯାଏଁ ନିଶ୍ଚୟ ପଢନ୍ତୁ ।

ସନାତନ ଧର୍ମ ହେଉଛି ପୌରାଣିକ ଶାସ୍ତ୍ର ଓ ପୁରାଣର ଭଣ୍ଡାର ଓ ଶାସ୍ତ୍ରରେ ମାନବ ସମାଜ ପାଇଁ ଅନେକ ଉପାଦେୟ ବାର୍ତ୍ତା ରହିଛି । ସମସ୍ତ ଦୃଷ୍ଟି କୋଣରୁ ମଣିଷ ସମାଜ ପାଇଁ ଅତ୍ୟନ୍ତ ଉଚ୍ଚକୋଟୀର ତଥ୍ୟ ମଧ୍ୟ ପୁରାଣ ଶାସ୍ତ୍ରରେ ହଜାର ବର୍ଷରୁ ଲେଖାଯାଇଛି ।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ପୌରାଣିକ ପଣ୍ଡିତ ମାନେ ୪ ଯୁଗର ପରିକଳ୍ପନା ମଧ୍ୟ କରିଛନ୍ତି ଯେପରିକି ସତ୍ୟ, ତ୍ରେତୟା, ଦ୍ବାପର ଏବଂ କଳିଯୁଗ । ତ୍ରେତୈୟା ଯୁଗରେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଅବତାର ଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ଏହି ପୁରାଣର କଥାବସ୍ତୁ ଅନୁସାରେ ପିତୃସତ୍ୟ ପାଳିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କୁ ୧୪ ବର୍ଷ ବନବାସ ଯିବାକୁ ପଡିଥିଲା । ଶ୍ରୀରାମଚନ୍ଦ୍ର ବନବାସରେ ଯିବାବେଳେ ତାଙ୍କ ସହିତ ତାଙ୍କ ପତ୍ନୀ ମାତା ସୀତା ଓ ସାନଭାଇ ଲକ୍ଷ୍ମଣ ମଧ୍ୟ ଯାଇଥିଲେ । ଶ୍ରୀରାମଚନ୍ଦ୍ରଙ୍କୁ ଲକ୍ଷ୍ମଣ ନିଜର ଇଷ୍ଟ ଦେବତା ବୋଲି ମାନି ନେଇଥିଲେ ।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...

ପରିଶେଷରେ ୧୪ ବର୍ଷ ବନବାସ ପରେ ଯେତେବେଳେ ଭଗବାନ ଶ୍ରୀ ରାମଙ୍କୁ ଲଙ୍କାରୁ ରାବଣ କୁ ବଦ୍ଧ କରି ଅଯୋଧ୍ୟା ଆସିଥିଲେ ସେହି ଦିନଠାରୁ ହିଁ ଦୀପାବଳି ପାଳନ କରାଯାଏ ।

କିନ୍ତୁ ଆପଣ ଜାଣି ନଥିବେ ଯେ ଭଗବାନ ଶ୍ରୀ ରାମ ଲଙ୍କାରୁ ଅଯୋଧ୍ୟା ପାଦରେ ଚାଲି ଚାଲି ଆସିବା ପାଇଁ ପ୍ରାୟ ୨୧ ଦିନ ଲାଗିଥିଲା ଏବଂ ସେହି କାରଣରୁ ଦଶହରା ଯିବା ର ଠିକ ୨୧ ଦିନ ପରେ ହିଁ ଦୀପାବଳି ପାଳନ କରାଯାଇଥାଏ । ବର୍ତମାନ ଆଧୁନିକ ଯୁଗରେ ମଧ୍ୟ ଗୁଗଲ ଏହି କାଳ୍ପନିକ ତଥ୍ୟ କୁ ସତ ବୋଲି ପ୍ରମାଣିତ କରିଛି ।

ଅଧିକ ପଢନ୍ତୁ : ଦୀପାବଳିରେ ବଦଳିବ ଏହି ରାଶିଙ୍କ ଭାଗ୍ୟ, ୩ ରାଶିରେ ଅଛି ରାଜଯୋଗ, ପଢନ୍ତୁ ଆଜିର ରାଶିଫଳ  

Share this story