ମଙ୍ଗଳବାର ଦିନ ଏସବୁ କାର୍ଯ୍ୟ କରୁଥିଲେ ସାବଧାନ!, ଜାଣି ରଖନ୍ତୁ ନଚେତ୍ ..
 

Never do these things on Tuesdays
ମଙ୍ଗଳବାର ଦିନ ଏସବୁ କାର୍ଯ୍ୟ କରୁଥିଲେ ସାବଧାନ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ମାନେ ଜାଣିଥିବେ ଯେ ମଙ୍ଗଳବାର ଦିନଟି ବିଶେଷ କରି ପ୍ରଭୁ ହନୁମାନଙ୍କୁ ସମର୍ପିତ କରାଯାଏ । ମାନ୍ୟତା ଅନୁଯାୟୀ ବ୍ୟକ୍ତି ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ସେହିପରି ମଙ୍ଗଳବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଅଧିକ ପଢନ୍ତୁ :ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ଧାର୍ମିକ ମାନ୍ୟତା ଅନୁସାରେ, ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଏବଂ ମଙ୍ଗଳବାର ଦିନ ନଖ ଓ କେଶ କାଟନ୍ତୁ ନାହିଁ। ଏପରି କରିବା ଦ୍ୱାରା ମଙ୍ଗଳ ଦେବତା ଓ ପ୍ରଭୁ ହନୁମାନ ଅସନ୍ତୁଷ୍ଟ ହୋଇଥାଆନ୍ତି।

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ମଙ୍ଗଳବାର ଦିନ ଆମିଷ ଓ ଅନ୍ୟ କୌଣସି ନିଶା ଜିନିଷର ସେବନ କରନ୍ତୁ ନାହିଁ, ଏବଂ ମଙ୍ଗଳବାର ଦିନ ବ୍ରତ ପାଳନ କରୁଥିଲେ, ଲୁଣ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ରତର ସଠିକ୍‌‌ ଫଳ ମିଳିନଥାଏ।

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ଏହା ସହ ମଙ୍ଗଳବାର ଦିନ କରଜ ଭାବେ ଟଙ୍କା ଦିଅନ୍ତୁ ନାହିଁ। ଏହି ଦିନ କରଜ ଦେବା ଦ୍ୱାରା ଏହା ମିଳିବା ଖୁବ କଷ୍ଟକର ହୋଇଥାଏ। ଏବଂ ମଙ୍ଗଳବାର ଦୈନିକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ବିଶେଷ ଯାତ୍ରା କରନ୍ତୁ ନାହିଁ। ନିତାନ୍ତ ଆବଶ୍ୟକ ହେଲେ ଗୁଡ ଖାଇ ଯାତ୍ରା କରନ୍ତୁ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 
 

Share this story