ଧନତେରସ୍ ଦିନ ଘରକୁ ଆଣନ୍ତୁ ଏହି ୭ଟି ଜିନିଷ, ଚମକିବ ଭାଗ୍ୟ, ଧନଧାନ୍ୟରେ ଭରିଯିବ ଘର!

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳିତ ବର୍ଷ ଧନତେରସ୍ ୧୦ ନଭେମ୍ବର (ଶୁକ୍ରବାର) ଦିନ ପଡୁଛି। ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ୍ ପାଳନ କରାଯାଏ । ଏହି ପର୍ବ ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥାଏ ।
ବିଶ୍ୱାସ ରହିଛି ଯେ, ଏହି ଦିନରେ ଭଗବାନ କୁବେର, ଭଗବାନ ଧନ୍ୱନ୍ତରୀଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାନ୍ୟତା ରହିଛି ଏହି ଦିନରେ ସୁନା, ରୂପା, ବାସନ ଏବଂ ଅନ୍ୟାନ୍ୟ ଜିନିଷ କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ରହିଥାଏ ଓ ଘରେ କେବେବି ଧନର ଅଭାବ ହୁଏନି। ତେବେ, ଏଭଳି ଆଉ କିଛି ଜିନିଷ ରହିଛି । ଯାହାକୁ ଘରକୁ ଆଣିବା ଦ୍ବାରା ଲକ୍ଷ୍ମୀ ଖୁସି ହୋଇ ଥାଆନ୍ତି। ତେବେ, ଆସନ୍ତୁ ଜାଣିବା ଧନତେରସ୍ ଦିନ ଘରକୁ କ'ଣ ସବୁ ଜିନିଷ ବା ସାମଗ୍ରୀ ଆଣିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ଅଧିକ ପଢ଼ନ୍ତୁ :ଦୀପାବଳି ପୂର୍ବରୁ ଏହି 3 ଟି ସ୍ୱପ୍ନ ଶୁଭ, ଖୁସି ଖବର ମିଳିବା ସହ ମିଳିବ ପ୍ରବଳ ଟଙ୍କା !
ଧନତେରସ୍ ଦିନ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଫିଟିବ ଆପଣଙ୍କ ଭାଗ୍ୟ:
୧- ଧନତେରସ ଦିନ ସୁନା, ରୂପା ଅଳଙ୍କାର କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ।
୨-ସେହିପରି ଧନତେରସ ଦିନ ଆପଣ ଘରକୁ ଝାଡୁ କିଣିକି ମଧ୍ୟ ଆଣିପାରିବେ। କାରଣ ଝାଡୁରେ ମାତା ଲକ୍ଷ୍ମୀଙ୍କ ବାସ କରନ୍ତି ବୋଲି କୁହାଯାଏ।

୩-ସେହିପରି ପଦ୍ମଫୁଲ ମାତା ଲକ୍ଷ୍ମୀଙ୍କର ପ୍ରିୟ ଫୁଲ ହୋଇଥିବା ବେଳେ ଆପଣ ପଦ୍ମଫୁଲ କିମ୍ବା ପଦ୍ମଫୁଲର ମଞ୍ଚି ଆଣି ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ କେବେବି ଧନର ଅଭାବ ରହିବ ହେବ ନାହିଁ।
ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...
୪- ଧନତେରସ ଦିନ, ମୟୁର ପର ଏବଂ ଶଙ୍ଖ ବା ଶାମୁକାରେ ତିଆରି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ବାରା ଦାରିଦ୍ରତା ଆପଣଙ୍କ ପାଖ ମାଡେ ନାହିଁ।
୫-ସେହିପରି ଧନତେରସ ଦିନ, ଭଙ୍ଗା ହୋଇନ ଥିବା ଚାଉଳ ମଧ୍ୟ ଆପଣ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଚାଉଳରେ ଖିରି ପ୍ରସ୍ତୁତ କରି ମାତା ଲକ୍ଷ୍ମୀଙ୍କ ପାଖରେ ଲଗାଇଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ
୬-ଏହି ଦିନ ଆପଣ ପିତ୍ତଳ ବାସନ ମଧ୍ୟ ଘରକୁ କିଣିକି ଆଣିବା ଶୁଭ ହୋଇଥାଏ। ଏହା ସୁଖ ଏବଂ ସମୃଦ୍ଧିକୁ ଡାକି ଆଣିଥାଏ ।
୭-ସେହିପରି ଏହି ଦିନ, ଲକ୍ଷ୍ମୀ -ଗଣେଷଙ୍କ ମୂର୍ତ୍ତି ମଧ୍ୟ ଘରକୁ ଆଣିବା ଶୁଭ ବୋଲି କୁହାଯାଏ। ଏବଂ ତାହାକୁ ସେହି ଦିନ ପୂଜା କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଧନ ବର୍ଷା ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।
ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)