ଆପଣଙ୍କ ପାଇଁ କେମିତି ରହିବ ଚଳିତ ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

know your weekly horoscope of March 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଏହି ସପ୍ତାହରେ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ରବି, ସୋମ, ମଙ୍ଗଳବାରରେ ନୂତନ ଉଦ୍ୟମ କରି ସଫଳତା ପାଇବେ । ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଫଳପ୍ରାପ୍ତି ହେବ । ବୁଧବାରରେ ଆର୍ଥିକସ୍ଥିତି ମଜଭୁତ ରହିବ । ଶୁକ୍ର, ଶନିବାରରେ ଉଚ୍ଚ ଅଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇ ପାେର ।

ବୃଷ: ରବି, ସୋମ, ମଙ୍ଗଳବାରରେ ଦୀର୍ଘ ଦିନର ଯୋଜନା ଫଳପ୍ରଦ ହେବ । ନୂତନ ନିବେଶ କରିପାରନ୍ତି । ବୁଧବାରରେ ମନ କଥା ଜୀବନସାଥୀଙ୍କୁ କହି ସନ୍ତୋଷ ଅନୁଭବ କରିବେ । ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖକର ହେବ ।

ମିଥୁନ: ରବି, ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି । ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ । ବୁଧବାରରେ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀ ଲେଖାପଢ଼ାରେ ଅବହେଳା କରିବେ । କାର୍ଯ୍ୟଭାର ଅଧିକ ରହିବାରୁ ବିରକ୍ତିଭାବ ଆସିପାରେ ।

ଆହୁରି ପଢନ୍ତୁ : ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏସବୁ ବଡ ଅସୁବିଧା

କର୍କଟ : ରବି, ସୋମ, ମଙ୍ଗଳବାରରେ ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ । ବୁଧବାରରେ ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ । ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ । ଶୁକ୍ର,ଶନିବାରରେ ଅଯଥା ମାମଲାରେ ଫସି ଯାଇପାରନ୍ତି ।

ସିଂହ: ରବି, ସୋମ, ମଙ୍ଗଳବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ । ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ବୁଧବାରରେ କର୍ମକ୍ଷେତ୍ରରେ ଆଗୁଆ ରହିବେ । ଶୁକ୍ର, ଶନିବାରରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

କନ୍ୟା: ରବି, ସୋମ, ମଙ୍ଗଳବାରରେ ପରିବାର ସଦସ୍ୟଙ୍କ ସହ ଭଲରେ ସମୟ କଟିବ । ଆଳସ୍ୟ ଅନୁଭବ କରିବେ । ବୁଧବାରରେ ଆର୍ଥିକ କାରବାର ସମୟରେ ସର୍ତକତା ଅବଲମ୍ବନ କରନ୍ତୁ । ଶୁକ୍ର, ଶନିବାରରେ ମହିଳାମାନେ ଆଶାବାଦୀ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

ତୁଳା: ରବି, ସୋମ, ମଙ୍ଗଳବାରରେ ଦେହ ଓ ମନ ଭଲ ରହିବ । ବେପାର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ବୁଧବାରରେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ଶୁକ୍ର, ଶନିବାରରେ ସହକର୍ମୀଙ୍କ ସହଯୋଗ ପାଇବେ । ଭ୍ରମଣଯୋଗ ରହିଛି ।

ବିଛା: ରବି, ସୋମ, ମଙ୍ଗଳବାରରେ ନୂତନ କାର୍ୟ୍ୟ ପ୍ରତି ରୁଚି ବଢ଼ିବ । ପରିଶ୍ରମର ଫଳ ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି । ବୁଧବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇବେ । ଶୁକ୍ର, ଶନିବାରରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ବହୁ ଦିନର ସ୍ବପ୍ନ ପୂରଣ ହେବ ।

ଧନୁ: ରବି, ସୋମ, ମଙ୍ଗଳବାରରେ କାର୍ଯ୍ୟରେ ସୁଧାର ଆସିବ । ପ୍ରିୟଜନଙ୍କ ସହ ଭେଟ ହୋଇପାରେ । ସହକର୍ମୀଙ୍କ ସହ ତିକ୍ତତା ହୋଇପାରେ । ବୁଧବାରରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଶୁକ୍ର, ଶନିବାରରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

ଆହୁରି ପଢନ୍ତୁ : ୯୭ ସେକେଣ୍ଡର ଫୋନ କଲ୍‌ରେ ଲୁଚି ରହିଛି DJ Azexଙ୍କ ମୃତ୍ୟୁ ରହସ୍ୟ !

ମକର: ରବି, ସୋମ, ମଙ୍ଗଳବାରରେ କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି । ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ବୁଧବାରରେ ଶତ୍ରୁମାନଙ୍କ କୂଟଚକ୍ରର ଶିକାର ହୋଇପାରନ୍ତି । ଶୁକ୍ର, ଶନିବାରରେ ଧର୍ମକାର୍ଯ୍ୟରେ ସମୟ କଟାଇବେ । ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ବରିଷ୍ଠ ବ୍ୟକ୍ତିଙ୍କର ସହଯୋଗ ପାଇବେ । ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଉତ୍ତମ ଲାଭ ହେବ । ବୁଧବାରରେ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ଜୀବନସାଥୀଙ୍କଠାରୁ ଯଥେଷ୍ଟ ସମ୍ମାନ ପାଇବେ । ଶୁକ୍ର, ଶନିବାରରେ କୌଣସି କଥାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି ।

ମୀନ: ରବି, ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ସଫଳତା ପାଇବେ । ବେପାରୀମାନଙ୍କ ପାଇଁ ଦିନଟି ଉତ୍ତମ ରହିବ । ବୁଧବାରରେ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରଛାତ୍ରୀ ସଫଳତା ପାଇବେ । ଶୁକ୍ର,ଶନିବାରରେ ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତର୍କବିତର୍କ ଦେଖାଦେଇ ପାରେ ।

Share this story

World Odia Language Conferene