ମଙ୍ଗଳବାର ରାଶିଫଳ ( ୧୩-୦୧-୨୦୨୬ ): ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ବୈବାହିକ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ...

Know your Tuesday horoscope giving information about your fate

ଓଡ଼ିଆ ଗସିପ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ମନ ପ୍ରସନ୍ନ ରହିବ । ନେଣ-ଦେଣ ସମୟରେ ସତର୍କ ରୁହନ୍ତୁ । ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ବୈବାହିକ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ ।

ବୃଷ: ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ । କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ । ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ । ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ ।

ମିଥୁନ: ଯାନବାହନ କିଣିବା ଯୋଗ ଅଛି । ପରିବାରକୁ ସମୟ ଦେବେ। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ । ପିଲାଙ୍କ ବଦମାସ ସ୍ବଭାବରେ ପିତାମାତା ବିରକ୍ତି ହୋଇପାରନ୍ତି ।

କର୍କଟ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ । ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ । ବ୍ୟବସାୟ ଆରମ୍ଭ କରିବା ପାଇଁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ ।

ଆହୁରି ପଢ଼ନ୍ତୁ : https://odiagossip.com/lifestyle/know-your-mondays-horoscope/cid18103763.htm

ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ସମ୍ମାନ ହାନି ଯୋଗ। ଘରେ ପୂଜାପାଠ ଆୟୋଜନ କରିବେ । ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତୁ । ଅଭିବାହିତଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ । 

କନ୍ୟା: ଧନପ୍ରାପ୍ତି ଯୋଗ ରହିଛି । ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି । ବିଦେଶ ଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । 

ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ନୂତନ ଯାନବାହନ କିଣି ପାରନ୍ତି । ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ । ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ ।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ । ବିବାହ ସମସ୍ୟା ସମାଧାନ ହେବ । ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ । ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ । 

ଧନୁ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । କୌଣସି ନୂଆ କାମ ଆରମ୍ଭ କରିବେ । ନିବେଶରୁ କ୍ଷତି ସହିବାକୁ ପଡ଼ିପାରେ । 

ମକର: କର୍ମତତ୍ପର ରହିବେ । ଆଧ୍ୟାତ୍ମିକ ଦିଗରୁ ଦିନଟି ଭଲ । କର୍ମକ୍ଷେତ୍ରରେ କାମ ଚାପ ରହିବ । ଅନ୍‌ଲାଇନ୍‌ରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । 

କୁମ୍ଭ: ବ୍ୟବସାୟରୁ ଆଶାଜନକ ଲାଭ ମିଳି ନ ପାରେ । ଚାକିରିରେ ବଦଳି ସମ୍ଭାବନା ଅଛି । ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ । ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ । 

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଆତ୍ମବିଶ୍ବାସ ବୃଦ୍ଧି ପାଇବ । ପଢ଼ା ପାଇଁ ଅର୍ଥ ନିବେଶ କରିବେ । ଦୂରସ୍ଥାନକୁ ବୁଲିବା ଯୋଜନା କରିବେ । ଧାର କରଜରୁ ନିବୃତ୍ତ ରହିବେ । 

Share this story