ସୋମବାର ରାଶିଫଳ: ସମସ୍ତ କାର୍ଯ୍ୟରୁ ଲାଭ ମିଳିବ; ଦିନଟି ହସଖୁସିରେ ଅତିବାହିତ ହେବ
ଓଡ଼ିଆ ଗସିପ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...
ମେଷ: ସ୍ବପ୍ନ ସାକାର ହେବ। ଅଚାନକ ଖୁସି ଖବର ପାଇ ଉତ୍ସାହିତ ହେବେ। ସମସ୍ତ କାର୍ଯ୍ୟରୁ ଲାଭ ମିଳିବ। ଦିନଟି ହସଖୁସିରେ ଅତିବାହିତ ହେବ। କୌଣସି ନୂଆ ଜିନିଷ କିଣିବେ।
ବୃଷ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ଆଶା କରୁଥିବା ଦିଗରୁ ଧନ ମିଳିବ। କୌଣସି କଥାକୁ ନେଇ ମନ ଉଣା ହୋଇପାରେ।
ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ବନ୍ଧୁଙ୍କ ସାହାଯ୍ୟରେ ନୂତନ ବ୍ୟବସାୟ ଆରମ୍ଭ କରିବେ। ଯୋଜନା ମୁତାବକ କାମ ହେବ। ଆୟ ଓ ବ୍ୟୟ ସମାନ ରହିବ।
କର୍କଟ: ପଡ଼ୋଶୀଙ୍କ ସହ ବିବାଦ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ଚାକିରିର ସୁଯୋଗ ଜୁଟିବ। ଛାତ୍ରଛାତ୍ରୀଙ୍କୁ ବିଦେଶ ଶିକ୍ଷାର ଅବସର ଜୁଟିବ।
ସିଂହ: ଦିନଟି ଭଲରେ କଟିବ। ଚାକିରିରେ ପରିବର୍ତ୍ତନ ଆସିବ। କୌଣସି ନୂଆ ଦାୟିତ୍ବ ତୁଲାଇବେ। ବ୍ୟବସାୟ ସମ୍ବନ୍ଧିତ ଦୂର ସ୍ଥାନକୁ ଯାତ୍ରା କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଆସିବ।
କନ୍ୟା: ସ୍ବାମୀ-ସ୍ତ୍ରୀ ସୁଖଦ ମୁହୂର୍ତ୍ତ ଅତିବାହିତ କରିବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା ଧନ ଆଗମନ ହେବ। କୌଣସି ନୂଆ ଲୋକଙ୍କ ସହ ସାକ୍ଷାତ କରିବେ।
ତୁଳା: ବନ୍ଧୁଙ୍କ ସହ କୌଣସି ନୂଆ କାର୍ଯ୍ୟର ଯୋଜନା କରିବେ। ଅଟକିଥିବା କାର୍ଯ୍ୟକୁ ପୂରା କରିବେ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟରେ କଳହ ଦେଖାଦେଇପାରେ।
ବିଛା: ନୂଆ ଚାକିରି ପାଇଁ ଉତ୍ସାହିତ ରହିବେ। ଗୁରୁଜନଙ୍କ ପରାମର୍ଶ ନେବେ। କ୍ରୀଡ଼ାବିତ୍ଙ୍କୁ ସଫଳତା ପ୍ରାପ୍ତି ହେବ। ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ ନାହିଁ। ରାଜନେତାଙ୍କ ପାଇଁ ଭଲ ସମୟ।
ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ବିସ୍ତାର କରିବେ ଏବଂ ଏହାକୁ ନେଇ କୌଣସି ନୂଆ ସମସ୍ୟା ସୃଷ୍ଟି ହେବ। ପଡୋଶୀଙ୍କ ସହ ସୁସମ୍ପର୍କ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବେ। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ବାଦ ବିବାଦଠାରୁ ଦୂରେଇ ରହିବା ଭଲ। ଦୀର୍ଘ ଦିନର ସ୍ବପ୍ନ ପୂରା ହେବ।
କୁମ୍ଭ: ବ୍ୟବସାୟିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ। ଉଚ୍ଚଶିକ୍ଷା ପାଇଁ ଉତ୍ତମ ସମୟ। ଯାନବାହନ କିମ୍ବା ଜମି କିଣିବା ଯୋଗ ଅଛି। ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଜି ଦିନଟି ବହୁତ ଭଲ।
ମୀନ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ରାଜନୀତିରେ ସଫଳତା ମିଳିବ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
