ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ ନୂତନ ସମ୍ପର୍କ ପାଇଁ ଖୁବ୍‌ ସମ୍ବେଦନଶୀଳ ପରିସ୍ଥିତି ଉପଭୋଗ କରିବେ... 

know your horoscope of December 15 2022

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ (ଡିସେମ୍ବର ୧୫, ୨୦୨୨) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ଘରୋଇ ସାମଗ୍ରୀରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ସହକର୍ମୀଙ୍କ ସହ କାର୍ଯ୍ୟ କରିବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ । କୋର୍ଟକଚେରୀ ମାମାଲାରୁ ଦୂରେଇ ରୁହନ୍ତୁ ।

ବୃଷ: ଜୀବନରେ ସମସ୍ତ କଠିନ ପରିସ୍ଥିତିରୁ ମୁକୁଳି ପାରିବେ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ । ବନ୍ଧୁବାନ୍ଧଙ୍କ ସହ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ ।

ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ । ମନୋରଂଜନ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ହସ୍ତମୌଥୁନ କଲେ ଏହାର ଲାଭ ଏବଂ କ୍ଷତି କଣ ? ଝିଅମାନେ ବି ହସ୍ତମୌଥୁନ କରନ୍ତି କି? ରିସର୍ଚ୍ଚ କିଛି ଏପରି କହୁଛି...

କର୍କଟ: ବିଭିନ୍ନ ଦିଗରୁ ସଫଳତା ପାଇବେ । ସାଙ୍ଗସାଥୀମାନଙ୍କ ସହ ଦୂରସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି । କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ଶୁଭ କାର୍ଯ୍ୟରେ ଯୋଗଦେବେ ।

ସିଂହ: ନିଜ ଇଚ୍ଛାଶକ୍ତିକୁ ବଢ଼ାଇ କାର୍ଯ୍ୟ କରନ୍ତୁ । ତରବରିଆ ଭାବେ ନିବେଶ କରନ୍ତୁ ନାହିଁ । ନୂତନ ସମ୍ପର୍କ ପାଇଁ ଖୁବ୍‌ ସମ୍ବେଦନଶୀଳ ହୋଇପଡ଼ିବେ । କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବାକୁ ଲାଗିବ ।

କନ୍ୟା: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ନିଜ ଭାବନାକୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପରିପ୍ରକାଶ କରିବେ । ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ ।

ତୁଳା: ଛୋଟଛୋଟ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଇପାରନ୍ତି । ଯୋଜନାକୁ ସଫଳ କରିବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରଯାତ୍ରା ଯୋଗ ରହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳାମାନେ ଏକୁଟିଆ ଘରେ କରିଥାନ୍ତି ଏହି କାମ, ଯାହା 90 ପ୍ରତିଶତ ପୁରୁଷଙ୍କୁ ନାହିଁ ଜଣା...

ବିଛା: ଗୁୂରୁଜନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ । କର୍ମକ୍ଷେତ୍ରରେ ପ୍ରତିରୋଧ ଦେଖାଦେବ । କଥାବାର୍ତ୍ତା କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ ।

ଧନୁ: ନକାରାତ୍ମକ ଚିନ୍ତାଧାରାରୁ ଦୂରଇ ରହୁନ୍ତୁ । ଅସହାୟ ବ୍ୟକ୍ତିଙ୍କୁ କିଛି ଦାନକରି ମାନସିକ ଶାନ୍ତି ପାଇବେ । ନିଜ ସୃଜନଶୀଳ ପ୍ରତିଭାକୁ ସଠିକ୍ ଉପାୟରେ ବ୍ୟବହାର କରିବେ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ରହିବ ।

ମକର: ଦୀର୍ଘଦିନ ଧରି ଚାଲିଥିବା ସମସ୍ୟା ସମାଧାନର ବାଟ ପାଇବେ । କୌଣସି କାର୍ଯ୍ୟରେ ବ୍ୟସ୍ତ ରହି ପରିବାର ପ୍ରତି ହେଳା କରିପାରନ୍ତି । ପୂର୍ବ ନିବେଶରୁ ସନ୍ତୋଷଜନକ ଲାଭ ପାଇବେ । ପୈତୃକସଂପତ୍ତି ଲାଭ କରିପାରନ୍ତି ।

କୁମ୍ଭ: ମହିଳାମାନେ ଭାବପ୍ରବଣ ହେବେ । ଆର୍ଥିକ ସମସ୍ୟା ହେତୁ, ସମାଲୋଚନାର ଶିକାର ହୋଇପାରନ୍ତି । କାର୍ଯ୍ୟରେ ଅନେକ ଅସୁବିଧା ଥିଲେ ମଧ୍ୟ, ଧୈର୍ଯ୍ୟର ସହ ସଠିକ୍‌ ସମୟକୁ ଅପେକ୍ଷା କରନ୍ତୁ ।

ମୀନ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ । ଅନ୍ୟ କଥାରେ ପଡ଼ି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନୂତନ ନିଯୁକ୍ତିର ସୁଯୋଗ ମିଳିବ । ମହିଳାମାନେ ସ୍ବାଭିମାନୀ ହେବେ । ଧର୍ମକାର୍ଯ୍ୟରେ ଅଧିକ ସମୟ କଟିବ ।

Share this story

World Odia Language Conferene