ଆଜି ଚନ୍ଦ୍ରଗ୍ରହଣ,ପାକତ୍ୟାଗ, ଗ୍ରହଣ ସ୍ପର୍ଶ ଓ ଦେବନୀତି ବିଷୟରେ ଜାଣନ୍ତୁ ସଂକ୍ଷେପରେ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ। ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବ। ଆଉ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଛାଡ଼ିବ। ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ନ ୪ଟା ୪ ମିନିଟ୍ ୫୫ ସେକେଣ୍ଡରୁ ଗ୍ରହଣ ଛାଡ଼ିବା ସମୟ ରାତି ୨ଟା ୨୪ ମିନିଟ୍ ଯାଏଁ ପାକତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ଏହି ସମୟରେ କୌଣସି ଦେବନୀତି ମଧ୍ୟ ନିଷେଧ କରାଯାଇଛି। ତେବେ ଗ୍ରହଣ ଦିନ କୁମାର ପୂର୍ଣ୍ଣିମା ପଡୁଥିବାରୁ ଅପରାହ୍ନ ୪ଟା ୪ ମିନିଟ୍ ପୂର୍ବରୁ କୁମାରୀମାନେ ଚାନ୍ଦ ପୂଜା ଓ ଆଞ୍ଜୁଳା ଟେକା ବିଧି ସାରିବାକୁ କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋର୍ତିର୍ବିଦ।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ସେପଟେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଛି। ଶୁକ୍ରବାର ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାରା ଫିଟାଯାଇ ନୀତିକାନ୍ତି ଆରମ୍ଭ ହୋଇଛି। ଭୋର ୫ଟାରୁ ରାଧାଦାମୋଦର ବେଶ ଓ ସକାଳ ସାଢ଼େ ୮ଟା ସୁଦ୍ଧା ସକାଳ ଧୂପ ସରିବ।
ମଧ୍ୟାହ୍ନ ୧୨ଟା ସୁଦ୍ଧା ଦ୍ଵିପହର ଧୂପ ଓ ସନ୍ଧ୍ୟା ୬ଟାରେ ସୁଦର୍ଶନଙ୍କ ବାହୁଡ଼ା ବିଜେ ହେବ। ରାତି ୭ଟାରୁ ତଡ଼ପ ଉତ୍ତରି ଲାଗି ହୋଇ ନୀତି ବନ୍ଦ ରହିବ।
ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...
ଶନିବାର ରାତି ସାାଢ଼େ ଗୋଟାଏରେ ଗ୍ରହଣ ମହାସ୍ନାନ ସାରି ୩ଟାରୁ ସାଢ଼େ ୩ଟା ଭିତରେ ଖଇକୋରା ଭୋଗ ହେବ। ଗ୍ରହଣ ନୀତିକୁ ନେଇ ରାତି ୭ଟାରୁ ରାତି ୧ଟା ଯାଏଁ ନୀତି ବନ୍ଦ ରହୁଥିଲେ ମଧ୍ୟ ଭକ୍ତମାନେ ରାତି ତମାମ ମହାପ୍ରଭୁଙ୍କ ଦର୍ଶନ ବୋଲି କହିଛନ୍ତି ବରିଷ୍ଠ ସେବାୟତ।
ମହାକାଶ ବିଜ୍ଞାନୀଙ୍କ ମତରେ, ଏଥର ଚନ୍ଦ୍ରଗ୍ରହଣ ମାତ୍ର ୬ ପ୍ରତିଶତ ହେଉଛି। ତେଣୁ ଏହାକୁ ଆଂଶିକ ଚନ୍ଦ୍ର ଗ୍ରହଣ କୁହାଯାଉଛି। ରାତି ୧୧ ଟା ୫୦ ମିନିଟରେ ପୃଥିବୀର ଉପଛାୟାରେ ପ୍ରବେଶ କରିବ ଚନ୍ଦ୍ର।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍
ଠିକ୍ ଗୋଟାଏ ୫ ମିନିଟରେ ଛାୟାରେ ପ୍ରବେଶ କରିବ। ଯାହାକୁ ଖାଲି ଆଖିରେ ଦେଖାଯାଇପାରିବ। ଏହା ଭାରତ ସମେତ ଏସିଆ, ଆଫ୍ରିକା, ୟୁରୋପ ସହ ଉତ୍ତର ଓ ଦକ୍ଷିଣ ଆଫ୍ରିକାରେ ଦୃଶ୍ୟମାନ ହେବ।
ଚନ୍ଦ୍ରଗ୍ରହଣ ୬ଟି ରାଶି ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ପାଇଁ ଅଶୁଭ ଫଳଦାୟକ ହୋଇଥିବା ବେଳେ ବାକି ୬ଟି ରାଶି ପାଇଁ ଶୁଭଫଳ ପାଇବେ। ଏହା ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଆଗାମୀ ବର୍ଷ ଯଦିଓ ୨ଟି ଚନ୍ଦ୍ରଗ୍ରହଣ ହେବ କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍ !