ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ଏହି ରାଶି ବ୍ୟକ୍ତିଙ୍କ ଆର୍ଥିକ ସମସ୍ୟା ସୃଷ୍ଟି ହେବ! ପଢନ୍ତୁ ଆଜିର ରାଶିଫଳ 

Horoscope for thursday 29 February 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ହେଉଛି ଫେବୃଆରୀ ୨୯ ଗୁରୁ ବାର। କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ଅଫିସ୍‌ରେ ସମସ୍ୟା ଦେଖା ଦେବ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି କାର୍ଯ୍ୟ ବିଗିଡ଼ିଯାଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆଚରଣରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନିବେଶ ଲାଗି ଉପଯୁକ୍ତ ସମୟ।

ଆଧିକ ପଢନ୍ତୁ : ମଙ୍ଗଳ ଓ ଶୁକ୍ରଙ୍କ ହେବ ମହାସଂଯୋଗ, ଖୁବ ଶୀଘ୍ର ମାଲାମାଲ ହେବେ ଏହି ୩ ରାଶି !

ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଆଇନ ସମ୍ବନ୍ଧୀୟ ମାମଲା ଆପଣଙ୍କ ସପକ୍ଷରେ ଯିବ। ଭୁଲ୍‌ କାମରୁ ଦୂରେଇ ରହିବେ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।

କର୍କଟ: ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଗରିବଙ୍କୁ ସାହାଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ମାର୍ଗଦର୍ଶନରେ ପରିଚାଳିତ ହେବେ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।

ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହେବ। ସେଲ୍‌ସ ମାର୍କେଟିଂ କ୍ଷେତ୍ରରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। ଦୁର୍ଗା ଚାଳିଶା ପାଠ କରିବା ଭଲ। କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆଣିବେ।

କନ୍ୟା: ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ବଚନରେ ମଧୁରତା ରକ୍ଷା କରିବେ।

ଆଧିକ ପଢନ୍ତୁ: ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!

ବିଛା: ବାଦବିବାଦରୁ ଦୂରେଇ ରହିବେ। ତରବରିଆ ଭାବେ ନିଷ୍ପତ୍ତି ନେବେ ନାହିଁ। କାମରୁ ଲାଭ ଓ ସଫଳତା ମିଳିବ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସର ଅଭାବ ରହିବ। କୌଣସି ସମସ୍ୟାରେ ପଡ଼ିପାରନ୍ତି। ପରିଶ୍ରମ ଅନୁସାରେ ସଫଳତା ମିଳିବ। ମହାଦେବଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ।

ମକର: ବିବାହ ପ୍ରସ୍ତାବ ଆସିବ। ଧନଲାଭ ଯୋଗ ଅଛି। କୌଣସି କଥାକୁ ନେଇ ଅଧିକ ଚିନ୍ତା କରିବେ ନାହିଁ। ଭାଇ,ଭଉଣୀଙ୍କ ସହ ହସ ଖୁସିରେ ଦିନ କାଟିବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

କୁମ୍ଭ: ପରନିନ୍ଦାରୁ ଦୂରେଇ ରହିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ରଣନୀତିରେ କାମ କରିବେ ଏବଂ ସଫଳତା ପ୍ରାପ୍ତି ହେବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଉପଯୁକ୍ତ ନିର୍ଣ୍ଣୟ ନେବେ।

ମୀନ: ମାନସିକ ଶାନ୍ତି ପାଇବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସମସ୍ତ କାମ ସହଜରେ ପୂରା କରିବେ। ବ୍ୟବସାୟୀ କୌଣସି ଶୁଭ ଖବର ପାଇବେ।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story