ଘରେ ଗୁରୁଜନଙ୍କ ସ୍ବାସ୍ଥ୍ୟ ସହ ଧନ ହାନିକୁ ନେଇ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ
ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...।
ମେଷ: ସମୟ ଅନୁକୂଳ ରହିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ଅଯଥା ଯୁକ୍ତିତର୍କ କରନ୍ତୁନି। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ କ୍ରୀଡ଼ାକ୍ଷେତ୍ରରେ କୃତକାର୍ଯ୍ୟ ହୋଇପାରନ୍ତି।
ବୃଷ: ଶନିଦେବଙ୍କ ଚଳନ ଯୋଗୁଁ ଆର୍ଥିକ ଲାଭ ମିଳିବ। ମାନସମ୍ମାନ ବୃଦ୍ଧି ପାଇବ। ନୂତନ ଚାକିରି ପାଇଁ ସୁଯୋଗ ଆସିପାରେ। ନୂତନ ଜମିଜମା କିଣିପାରନ୍ତି। ଲାଗିରହିଥିବା ସମସ୍ୟା ଦୂର ହେବ।
ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...
ମିଥୁନ: ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ପିଲାମାେନ ଖେଳକୁଦରେ ସମୟ ବିତାଇବେ।
କର୍କଟ: ହସଖୁସିରେ ସମୟ ବିତିବ। ଆୟ ଅନୁସାରେ ବ୍ୟୟ ବୃଦ୍ଧି ପାଇବ। ପ୍ରେମ ବ୍ୟାପାରରେ ସଫଳ ହେବେ। ମହିଳାମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସାମିଲ ରହିେବ। କଳା କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।
ସିଂହ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଏହା ଅନୁକୂଳ ସମୟ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବୈବାହିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ
କନ୍ୟା: ଆଶା କରିଥିବା ଦିଗରୁ ଧନ ପ୍ରାପ୍ତି ହେବ। ନୂତନ ଯାନବାହନ କିଣିପାରନ୍ତି। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। ଉଧାର ଦେଇ ହଇରାଣରେ ପଡ଼ିପାରନ୍ତି। ବନ୍ଧୁମିଳନ ଯୋଗ ରହିଛି।
ତୁଳା: ଅଯଥା ବିବାଦରେ ଛନ୍ଦି ହୋଇପାରନ୍ତି। ଦାନଧର୍ମ କରିବେ। ନିଜ ଲୋକ ଶତ୍ରୁତା କରିପାରନ୍ତି। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଦରମା ବୃଦ୍ଧି ପାଇବ। ମହିଳାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ।
ବିଛା: କୋର୍ଟକଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିେବ। ସମୟର ସଦୂପଯୋଗ କରନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକ ପ୍ରଶଂସିତ ହେବେ।
ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
ଧନୁ: ମାନସିକ ସମସ୍ୟା ଦୂର ହେବ। ଚାକିରି କ୍ଷେତ୍ରରେ ଅଦଳବଦଳ ହୋଇପାରେ। ଘରେ ଗୁରୁଜନଙ୍କ ସ୍ବାସ୍ଥ୍ୟ ସହ ଧନହାନି ହେବାର ଆଶଙ୍କା ରହିଛି। ଶିବଙ୍କ ମଥାରେ ଜଳଦାନ କରନ୍ତୁ। ମହିଳାମାନେ ଧର୍ମପରାୟଣ ହେବେ।
ମକର: ପାରିବାରିକ ଚିନ୍ତା ରହିବ। ଆକସ୍ମିକ ଧନଲାଭ ହେବ। ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିପାରିେବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
କୁମ୍ଭ: ଅଫିସ କର୍ମଚାରୀଙ୍କ ସହଯୋଗରେ କାମ ପୂରା କରିବେ। ପିଲାମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତିତ ରହିେବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିେବ।
ମୀନ: ସକାରାତ୍ମକ ଚିନ୍ତାଧାରାରେ ଅାଗକୁ ବଢ଼ିବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରିେବ।
ଅଧିକ ପଢ଼ନ୍ତୁ :ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!