ଏହି ୬ଟି ରାଶି ହେବେ ମାଲାମାଲ୍; ଆଉ ୬ଟି ରାଶିଙ୍କ ଭାଗ୍ୟ ଖରାପ, ଦେଖା ଦେବ ଅର୍ଥ ସମସ୍ୟା, ପଢନ୍ତୁ ରାଶିଫଳ
 

Horoscope for Saturday 28 october 2023
ପଢନ୍ତୁ ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...।

ମେଷ: କିଛି ନୂଆ ଉପାୟରେ କାମ କରିବେ ଏବଂ ତାହା ପୂରା ହେବ। ଜୀବନସାଥୀଙ୍କ ସହ ଦିନଟି ଠିକ୍‌ ରହିବ। ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ। ପରିବାରରେ ସବୁ ଠିକ୍‌ ରହିବ ଓ ଆର୍ଥକ ସ୍ଥିତି ଠିକ୍‌ ରହିବ। ଆଜି ଆପଣ ପୂଜା ପାଠରେ ମନ ଦେବେ। କିଛି ନୂଆ ଅନୁଭୂତି ପ୍ରାତିଃ ହୋଇପାରେ। ଯେକୌଣସି କାମ କରିବା ପାଇଁ ଚାହୁଁଛନ୍ତି, ତାହା ସମୟରେ ପୂରା ହୋଇଯିବ।

ବୃଷ : କଥାବାର୍ତ୍ତାରେ ମଧୁରତା ଆଣିବେ। ନୂଆ ଚାକିରି ମିଳିବାର ଯୋଗ ହୋଇପାରେ। ଅଧିକ ପରିଶ୍ରମ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ରୁଚି ବଢିପାରେ। କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଗ ହୋଇପାରେ। ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଅଳ୍ପ ଚିନ୍ତିତ ହୋଇପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍‌।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ମିଥୁନ: ଅଫିସ୍‌ର କୌଣସି କାମରେ ଉପର କର୍ମଚାରିଙ୍କ ସାହାଯ୍ୟ ମିଳିବ। କିଛି କାମ ସହଜରେ ପୂରା ହୋଇଯିବ। ଆଜି ନିଜର ଅନେକ ପ୍ରକାରର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ଅବସର ପ୍ରାତିଃ ହେବ। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବା ଜରୁରୀ। ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ। ସ୍ୱାସ୍ଥ୍ୟ ଠିକ୍‌ ରହିବ।

କର୍କଟ : ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମ ହୋଇପାରେ। ପରିବାର ସହ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଭାଇ ଓ ଭଉଣୀଙ୍କ ସହ ସମୟ ଅତିବାହିତ କରିପାରନ୍ତି। ଯେକୌଣସି କଥା ପାଇଁ ଚିନ୍ତିତ ଥିଲେ ବହୁତ ଶୀଘ୍ର ଠିକ୍‌ ହୋଇଯିବ। ଘରେ ଶୁଭ କାର୍ଯ୍ୟ ହୋଇପାରେ। ବ୍ୟବସାୟରେ ଲାଭ ମିଳିପାରେ। ପୁରୁଣା ସାଙ୍ଗଙ୍କ ସହ ଦେଖା ହୋଇପାରେ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ସିଂହ: ଆଜି ଲଭ୍‌ମେଣ୍ଟ୍‌ଙ୍କ ସମ୍ପର୍କ ବହୁତ ଭଲ ରହିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ। ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ। ଅଟକିଥିବା କାମ ପୁରୁଣ ହେବ। ଅଫିସ୍‌ର ଯେକୌଣସି କାମ ଧିରେ ଧିରେ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢ଼ିବାରେ ମନ ଲାଗିବ।

କନ୍ୟା: କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ। ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ଚାକିରି ମିଳିବାର ସମ୍ଭାବନା ରହିଛି । ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ତୁଳା: ଘରକୁ ନେଇ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି। ଅର୍ଥ ସମସ୍ୟା ହୋଇପାରେ। କିଛି କାମ କରିବା ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରିବେ। ପାରିବାରିକ ସମସ୍ୟା ଦୂର ହୋଇପାରେ। ଆପଣଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ। ସାଙ୍ଗ ସହ ଭଲ ସମୟ କଟିବ। ହଠାତ୍‌ କୌଣସି ସ୍ଥାନରୁ ଧନ ଲାଭ ହୋଇପାରେ।

ବିଛା: ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି। ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ। ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇ ପାରନ୍ତି। ସାଙ୍ଗଙ୍କ ସହ ଦିନଟି ଭଲ ରହିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ। ବାହାରକୁ ଯାତ୍ରା କରିବାର ସମ୍ଭାବନା ରିହିଛି।

ଧନୁ: ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ। ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ। ଜୀବନସାଥୀଙ୍କ ସହ କଳହ ଦୂର ହେବ। ନୂଆ କାମ କରିପାରନ୍ତି। ଦିନଟି ଠିକ୍‌ ଠାକ୍‌ ରହିବ। ଧନ ଲାଭ ହୋଇପାରେ। ଜମି କିଣିବା ପାଇଁ ଦିନଟି ଭଲ ରହିବ। କିଛି ପୂର୍ବ କାମର ଫଳ ମିଳିବ। ଜୀବନର କୌଣସି ପୁରୁଣା କଥାକୁ ଛାଡି ଆଗକୁ ବଢିବେ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ମକର: ଚାକିରି ମିଳିବାର ସମ୍ଭାବନା ରହିଛି। ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଲଭ୍‌ମେଣ୍ଟ୍‌ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ। ଯାହାଦ୍ୱାରା ସମ୍ପର୍କ ସଦୃଢ ହେବ। ଅଫିସ୍‌ କାମରେ ବିଳମ୍ବ ହେବ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ।

କୁମ୍ଭ: କନ୍ୟାଙ୍କ ପାଇଁ ଦିନଟି ଭଲ ରହିବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଜୀବନରେ ଆଗକୁ ସଫଳତା ମଳିପାରେ। ମାଆଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମନ ଲାଗି ରହିବ। ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ। ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇ ପାରନ୍ତି। ସାଙ୍ଗଙ୍କ ସହ ଦିନଟି ଭଲ ରହିବ।

ମୀନ: ଓକିଲମାନଙ୍କ ପାଇଁ ଦିନଟି ଭଲ ରହିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ। କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ। କିଛି ନୂଆ କାମ ପାଇଁ ଯୋଜନା କରିବେ। ଚାକିରିରେ ପଦୋନ୍ନତି ମିଳିବ। ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

Share this story