ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅନ୍ୟଙ୍କୁ ବ୍ୟକ୍ତିଗତ କଥା କହି ହଇରାଣରେ ପଡ଼ିବେ! ପଢନ୍ତୁ ଆଜିର ରାଶିଫଳ 
 

Horoscope for monday 18 March 2024
ପଢନ୍ତୁ ଆଜିର ରାଶିଫଳ 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ଆଜିର ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ନିବେଶରୁ ଦୂରେଇ ରହିବେ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।

ବୃଷ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ବ୍ୟାପାରରେ ସଫଲ ହେବେ। ଉଧାର ଧନ ଫେରି ପାଇବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।

ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଅଭିଭାବକ ଚିନ୍ତାରେ ରହିବେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ବ୍ୟବସାୟରେ ଲାଭ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।

ଆଧିକ ପଢନ୍ତୁ : ମୀନ ରାଶିରେ ଚଳନ କଲେ ସୂର୍ଯ୍ୟ, ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ!

କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ। ହଠାତ୍‌ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ।

ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ବଢ଼ିବ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନ ମିଳିବ।

କନ୍ୟା: ଯାତ୍ରାରୁ ଲାଭ ମିଳିବ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ। ଘରକୁ ଅତିଥିଙ୍କ ଆଗମନ ହେବ।

ଆଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ! ପଢନ୍ତୁ ସାପ୍ତାହିକ ରାଶିଫଳ  

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ସରକାରୀ କାମ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ବିବାଦରୁ ଦୂରେଇ ରହିବେ।

ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ଗୁରୁଜନଙ୍କ ଆଦେଶ ପାଳନ କରିବେ।

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖୀବେ।

କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍‌ କାମ ସୂଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଲେଖାଲେଖୀ ପ୍ରତି ରୁଚି ବଢ଼ିବ। ବଡ଼ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ।

ମୀନ: ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ। ମନ୍ଦିରରେ ଦାନ କରନ୍ତୁ। ଅନ୍ୟମାନଙ୍କୁ ବ୍ୟକ୍ତିଗତ କଥା କହି ହଇରାଣରେ ପଡ଼ିପାରନ୍ତି।

ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...

Share this story