କରନ୍ତୁ ଏହି ୬ଟି ଉପାୟ, ଦେବୀଙ୍କ ଆଶିଷ ଲାଭ କରିବା ସହ ଦୂର ହେବ ଧନର ଘୋର ଅଭାବ !
 

Do these friday rituals for good luck and maa laxmi blessing
କରନ୍ତୁ ଏହି ୬ଟି ଉପାୟ, ଦୂର ହେବ ଧନର ଘୋର ଅଭାବ !
 

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ବିବେଚନା କରାଯାଇଥାଏ । ଯେଉଁ ବ୍ୟକ୍ତି ମାଆ ଲକ୍ଷ୍ମୀକୁ ପୂଜା ଓ ଶ୍ରଦ୍ଧା ମାଧ୍ୟମରେ ସନ୍ତୁଷ୍ଟ କରିଥାଏ ତା’ ଜୀବନରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହ ଧନ ଲାଭ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । 

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ପରିବାର ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ । ତେଣୁ ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରିବା ସହ କିଛି ବିଶେଷ ଉପାୟ କଲେ ଧନର ଦେବୀଙ୍କ ଆଶିଷ ଲାଭ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଯଦି ଆପଣ ଆର୍ଥିକ୍ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାଲେ ଶୁକ୍ରବାର ରାତିରେ ଏହି ଗୁପ୍ତ ଉପାୟ ଆପଣାନ୍ତୁ । ଏହା କରିବା ଦ୍ବାରା ଧନର ଦେବୀ ପ୍ରସନ୍ନ ହେବା ସହ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

କରନ୍ତୁ ଏହି ସବୁ ବିଶେଷ ଉପାୟ

ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଛି । ତେଣୁ ଏହି କ୍ରମରେ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ସର୍ମପିତ। ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ରାତିରେ ଦୀପ, ଧୂପ ସହ ଗୋଲାପ ଫୁଲ ଅର୍ପଣ କରିବା ଦ୍ବାରା ମାଆ ପ୍ରସନ୍ନ ହୋଇଥାଆନ୍ତି ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ, ଏହି ଦିନ ରାତିରେ ଲକ୍ଷ୍ମୀଙ୍କ ମନ୍ତ୍ର ୧୦୮ ଥର ଜାପ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନ ଦେବୀଙ୍କ କୃପା ଲାଭ ହୋଇଥାଏ । ଏହି ପ୍ରତିକାର ଦ୍ୱାରା ବ୍ୟକ୍ତିର ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଯାଏ ।

ଏକ ଗୋଲାପୀ ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖି ପୂଜା କରନ୍ତୁ । ଏପରି କରିବା ଦ୍ବାରା ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । 

ମାଆ ଲକ୍ଷ୍ମୀଙ୍କୁ ପୁଷ୍ପ ଅର୍ପଣ କରି ଲକ୍ଷ୍ମୀ ମନ୍ତ୍ର ଜାପ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ଲାଭ ହୋଇଥାଏ । ଜୀବନରେ ଥିବା ଆର୍ଥିକ୍ ସମସ୍ୟା ମଧ୍ଯ ଦୂର ହୋଇଯାଏ ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

କୁହାଯାଏ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ତେଣୁ ଶୁକ୍ରବାର ରାତିରେ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

ଧନ ଲାଭ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କୁ ଚନ୍ଦନ ଲଗାଇ ଜଳରେ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ଓଡ଼ିଆ ଗସିପ୍ ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁ  ଅନ୍ତୁ।)

Share this story