ହୋଲି ଦିନ ପଡ଼ୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ..
ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଷ ଅନୁଯାୟୀ ଚଳିତ ବର୍ଷ ହୋଲି ମାର୍ଚ୍ଚ ୨୫ ତାରିଖରେ ପଡ଼ୁଛି। ତେବେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହୋଲି ଦିନ ହୋବାକୁ ଯାଉଛି। ଯେତେବେଳେ ଚନ୍ଦ୍ରଗ୍ରହଣ ହୁଏ, ଏହା ପୃଥିବୀର ସମସ୍ତ ଜୀବ ଉପରେ କିଛି ପ୍ରଭାବ ପକାଇଥାଏ।
ତେବେ ଆଶ୍ବସ୍ତିକର କଥା ହେଉଛି ଭାରତରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ । ଯେଉଁଥି ପାଇଁକି ସୂତାକ ଅବଧି ମଧ୍ୟ ଲାଗୁ ହେବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୦୦ ବର୍ଷ ପରେ ହୋଲି ଦିନ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି ।
ଆଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ! ପଢନ୍ତୁ ସାପ୍ତାହିକ ରାଶିଫଳ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ର ପ୍ରଥମ ଚନ୍ଦ୍ରଗ୍ରହଣ କନ୍ୟା ରାଶିରେ ଲାଗିବାକୁ ଯାଉଛି। ପଞ୍ଚାଙ୍ଗ ଅନୁଯାୟୀ, ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ରେ ସକାଳ ୧୦:୨୩ ରୁ ୩:୦୨ ପର୍ଯ୍ୟନ୍ତ ଚାଲିବ। ଚନ୍ଦ୍ରଗ୍ରହଣ ହେତୁ ଏହା କିଛି ରାଶିର ଚିହ୍ନ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏଥର ହୋଲିରେ ୩ଟି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ।
ମେଷ ରାଶି: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଯୋଗୁ ମେଷ ରାଶିରେ ଶୁଭ ଫଳ ପାଇବାକୁ ଯାଉଛନ୍ତି । ଆର୍ଥିକ ଲାଭ ହେବ । ବାକିଥିବା ଟଙ୍କା ଫେରସ୍ତ ପାଇବେ । ଆତ୍ମବିଶ୍ବାସ ବୃଦ୍ଧି ପାଇବ ।
ଆଧିକ ପଢନ୍ତୁ : ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହ ଏମାନଙ୍କ ଦାମ୍ପତ୍ୟ ଜୀବନ ଚିନ୍ତାଜନକ ରହିବ! ପଢନ୍ତୁ ଆଜିର ରାଶିଫଳ
ତୁଳା ରାଶି: ସାମାଜିକ ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଜମି ଓ ନୂଆ ଗାଡି କିଣିବାର ସମ୍ଭାବନା ରହିଛି । ପ୍ରମୋସନ ମିଳିବାର ସମ୍ଭାବନା ରହିଛଇ । ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
କୁମ୍ଭ ରାଶି: ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବ୍ୟବସାୟରେ ଆର୍ଥିକ ଲାଭ ହେବ | କ୍ୟାରିୟରରେ ଆଗକୁ ବଢିବାକୁ ସୁଯୋଗ ମିଳିବ ।
ଆଧିକ ପଢନ୍ତୁ :ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)