ନବରାତ୍ରୀରେ ଘରକୁ ଆଣନ୍ତୁ ଏସବୁ ଜିନିଷ, ମା’ଙ୍କ ଆଶୀର୍ବାଦରୁ ସଫଳତା ମିଳିବା ସହ ଜୀବନ ସୁଖମୟ ହେବ 
 

Bringing home these things during Navratri will give you good luck
ନବରାତ୍ରୀରେ ଘରକୁ ଆଣନ୍ତୁ ଏସବୁ ଜିନିଷ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନବରାତ୍ରୀ ମା’ ଦୁର୍ଗାଙ୍କର ଏକ ମହାନ ପର୍ବ। ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଏହି ସମୟରେ କିଛି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ମା’ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।

-ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ମୂର୍ତ୍ତି କିଣିପାରିବେ। ଏହି ମୂର୍ତ୍ତିକୁ ପୂଜା ଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହିତ ଜୀବନ ସୁଖମୟ ହୋଇଥାଏ। 

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

-ନବରାତ୍ରୀର ୯ଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଚରଣ ଚିହ୍ନ ଆଣି ପୂଜାସ୍ଥଳରେ ସ୍ଥାପନ କରିବା ଉଚିତ। ଅନେକ ଜଣ ମା’ ଦୁର୍ଗାଙ୍କ ଚରଣ ଚିହ୍ନ ଆଣି ଘର ଅଗଣାରେ ସ୍ଥାପନ କରିଥାନ୍ତି। ଏଭଳି କରିବା ଉଚିତ ନୁହେଁ। ଅନ୍ୟମାନଙ୍କ ପାଦ ଏଥିରେ ସ୍ପର୍ଶ କରିବା ଉଚିତ ନୁହେଁ। ତେଣୁ କେବଳ ପୂଜାସ୍ଥଳରେ ହିଁ ମା’ ଦୁର୍ଗାଙ୍କ ପଦଚିହ୍ନକୁ ସ୍ଥାପନା କରନ୍ତୁ।

-ନବରାତ୍ରୀର ପୂଜା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ। କଳସ ହେଉଛି ଶୁଭର ପ୍ରତୀକ। ତେଣୁ ମାଟି, ପିତ୍ତଳ, ରୁପା କିମ୍ବା ସୁନାର କଳସ କିଣି ଘରକୁ ଆଣନ୍ତୁ। 

ଅଧିକ ପଢ଼ନ୍ତୁ: ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି 

-ମା’ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ନବରାତ୍ରୀରେ ମା’ଙ୍କର ଧ୍ବଜା ବା ପତାକା ଆଣି ଘରର ଛାତ ଉପରେ ଲଗାଇବା ଶୁଭ ହୋଇଥାଏ। 

-ନବରାତ୍ରୀରେ ମା’ଙ୍କ ନାମ ଜପ କରିବା ପାଇଁ ରକ୍ତ ଚନ୍ଦନର ମାଳା ଘରକୁ ଆଣିବା ବହୁତ ଶୁଭ ହୋଇଥାଏ। 

-ନବରାତ୍ରୀ ପୂଜାରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲାଲ୍‌ ରଙ୍ଗର ଓଢ଼ଣୀ ବା ଶାଢ଼ି ଅର୍ପଣ କରାଯାଏ। ତେଣୁ ଏହି ନବରାତ୍ରୀରେ ଲାଲ୍‌, ହଳଦିଆ କିମ୍ବା ଗୋଲାପି ରଙ୍ଗର ଶାଢ଼ି ବା ଓଢ଼ଣୀ ଆଣି ମା’ଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ମା’ଙ୍କ ଆଶୀର୍ବାଦରୁ ସବୁ ବାଧାବିଘ୍ନ ଦୂର ହୋଇଥାଏ। 

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

-ନବରାତ୍ରୀରେ ଛୋଟ ତ୍ରିଶୂଳଟିଏ ଆଣି ପୂଜାଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ମା’ ଦୁର୍ଗାଙ୍କ କୃପା ପ୍ରାପ୍ତ ହୋଇଥାଏ। କାରଣ ତ୍ରିଶୂଳ ହେଉଛି ଶକ୍ତିର ପ୍ରତୀକ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

Share this story