ହୋଟେଲରେ ରହୁଥିବା କପଲ୍ସ ଦିଅନ୍ତୁ ଧ୍ୟାନ! ରୁମ୍କୁ ଯିବା ମାତ୍ରେ ହିଁ କରନ୍ତୁ ଏହି ୭ ସେଫ୍ଟି ଚେକ୍, ନଚେତ୍ ପସ୍ତେଇବେ
ଓଡ଼ିଆ ଗସିପ୍ ବ୍ୟୁରୋ( ସ୍ଵତନ୍ତ୍ର ପ୍ରତିନିଧି ଭୁବନେଶ୍ୱର): ସାଧାରଣତଃ ବୁଲିବାକୁ ଯିବା ପାଇଁ ପ୍ଲାନ କଲାବେଳେ କପଲ୍ସ ହୋଟେଲ ବାଛିବାରେ ବହୁତ ସମୟ ଲଗାଇଦିଅନ୍ତି। କେହି ରୋମାଣ୍ଟିକ ଭ୍ୟୁ ଦେଖନ୍ତି ତ ଆଉ କେହି ଭଲ ପ୍ରାଇଭେସି (ଗୋପନୀୟତା) ଚାହାଁନ୍ତି। କିନ୍ତୁ ଏହି ସବୁ ଜିନିଷ ଭିତରେ ଅନେକ ସମୟରେ କପଲ୍ସ କିଛି ଜରୁରୀ କଥାକୁ ନଜରଅନ୍ଦାଜ କରିଦିଅନ୍ତି, ଯାହା ଆଗକୁ ଯାଇ ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ।
ଆମେ ଏଠାରେ ହୋଟେଲ ରୁମର ସୁରକ୍ଷା ଏବଂ ପ୍ରାଇଭେସି ବିଷୟରେ କହୁଛୁ। କାରଣ ଆଜିକାଲି ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି, ଯେଉଁଠାରେ କପଲ୍ସଙ୍କ ଗୋପନୀୟ ମୂହୁର୍ତ୍ତ ଲିକ୍ କିମ୍ବା ଭାଇରାଲ ହେବାର ଖବର ଦେଖିବାକୁ ମିଳୁଛି। ଆଜିକାଲି ହିଡେନ କ୍ୟାମେରା, ଚୋରି ଏବଂ ସୁରକ୍ଷା ସହ ଜଡ଼ିତ ମାମଲା ବଢ଼ିବାରେ ଲାଗିଛି, ତେଣୁ କପଲ୍ସଙ୍କୁ ବିଶେଷ କରି ହୋଟେଲ ରୁମ୍ରେ ପ୍ରବେଶ କରିବା ମାତ୍ରେ ହିଁ କିଛି ଜିନିଷ ନିଶ୍ଚିତ ଭାବେ ଚେକ୍ କରିବା ଉଚିତ୍।
୧. ହିଡେନ କ୍ୟାମେରା ଏବଂ ପ୍ରାଇଭେସି ଚେକ କରନ୍ତୁ
କପଲ୍ସଙ୍କ ପାଇଁ ସବୁଠାରୁ ପ୍ରଥମେ ପ୍ରାଇଭେସି (ଗୋପନୀୟତା) ଜରୁରୀ ହୋଇଥାଏ। ଏଥିପାଇଁ ଆପଣ ରୁମ୍କୁ ଆସିବା ମାତ୍ରେ ହିଁ ଲାଇଟ ବନ୍ଦ କରି ମୋବାଇଲ ଫ୍ଲାସଲାଇଟ ସାହାଯ୍ୟରେ ସ୍ମୋକ ଡିଟେକ୍ଟର, ଟିଭି, ପାୱାର୍ ସକେଟ ଏବଂ କୋଣଗୁଡ଼ିକୁ ଭଲ ଭାବେ ଧ୍ୟାନର ସହ ଚେକ କରନ୍ତୁ ଏବଂ ଦେଖନ୍ତୁ ଯେ ସେଠାରେ କୌଣସି କ୍ୟାମେରା ଲାଗିନାହିଁ ତ।
ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ଛାତ୍ରୀଙ୍କୁ ସୁରକ୍ଷା ଦେବ ‘ଶକ୍ତିଶ୍ରୀ ଆପ୍’: ଜରୁରୀକାଳୀନ ସ୍ଥିତିରେ ଗୋଟିଏ କ୍ଲିକରେ ମିଳିବ ପୋଲିସ ସହାୟତା
୨. କବାଟର ସୁରକ୍ଷା ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ
ଏହା ପରେ ଆପଣଙ୍କୁ କବାଟର ସୁରକ୍ଷା ଚେକ୍ କରିବାକୁ ହେବ, କାରଣ କେବଳ କି-କାର୍ଡ (Key-card) କାମ କରିବା ଯଥେଷ୍ଟ ନୁହେଁ। ଡେଡ୍ବୋଲ୍ଟ, ସେଫ୍ଟି ଚେନ ଏବଂ ଲକ୍ ଠିକ ଭାବେ କାମ କରୁଛି କି ନାହିଁ, ତାହା ଆପଣ ନିଶ୍ଚିତ ଯାଞ୍ଚ କରନ୍ତୁ। କପଲ୍ସମାନେ ସବୁବେଳେ ରୁମ୍ ଭିତରେ ଥିବା ସମୟରେ ଚେନ ଲକ ଲଗାଇ ରଖିବା ଉଚିତ୍।
୩. ରୁମ୍ର ପ୍ରତ୍ୟେକ କୋଣକୁ ଥରେ ଚେକ କରନ୍ତୁ
ଏହି ଦୁଇଟି କାମ ସରିବା ପରେ ଆପଣ ବେଡ (ଖଟ) ତଳେ, ଆଲମାରୀ ଭିତରେ ଏବଂ ସୋଫା ପଛପଟେ ଥରେ ନିଶ୍ଚିତ ଚେକ କରିନିଅନ୍ତୁ। ଏହାଦ୍ୱାରା ସ୍ପଷ୍ଟ ହୋଇଯିବ ଯେ ରୁମ୍ ଭିତରେ କୌଣସି ସନ୍ଦେହଜନକ ଜିନିଷ କିମ୍ବା ଅଜଣା ଡିଭାଇସ ମହଜୁଦ ନାହିଁ।
୪. ଝରକା ଏବଂ ବାଲକୋନିର ସୁରକ୍ଷା
ସେହିପରି ଯଦି ରୁମ୍ରେ ବାଲକୋନି ଅଛି, ତେବେ ତାର ଲକ ଏବଂ ସ୍ଲାଇଡିଂ ଡୋର୍କୁ ନିଶ୍ଚିତ ଭାବେ ଭଲ ଭାବେ ଚେକ କରନ୍ତୁ। ବିଶେଷ କରି ଯଦି ଆପଣ ତଳ ମହଲାରେ (Lower floor) ରହୁଛନ୍ତି, ତେବେ ଆହୁରି ଭଲ ଭାବେ ଯାଞ୍ଚ କରନ୍ତୁ।
୫. ରୁମ୍ର ସୁବିଧାଗୁଡ଼ିକୁ ମଧ୍ୟ ଚେକ୍ କରନ୍ତୁ
ଏହା ସହିତ ଇଣ୍ଟରକମ (Intercom), ଏସି, ଲାଇଟ୍ସ, ଟିଭି ଏବଂ ଚାର୍ଜିଂ ପଏଣ୍ଟଗୁଡ଼ିକୁ ଥରେ ଚେକ୍ କରିନିଅନ୍ତୁ। କାରଣ କପଲ୍ସଙ୍କ ପାଇଁ ଏହା ଜରୁରୀ ଯେ କୌଣସି ବି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ଜିନିଷ ଯେପରି ସଠିକ୍ ଭାବେ କାମ କରେ।
ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ସାବଧାନ! ଗ୍ୟାସ ଚୁଲା ପାଖରେ ରଖନ୍ତୁନି ଏସବୁ ଜିନିଷ, ନହେଲେ ଯାଇପାରେ ଆପଣଙ୍କ ଜୀବନ
୬. ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖନ୍ତୁ
ଆପଣଙ୍କର ପାସପୋର୍ଟ, କ୍ୟାଶ (ଟଙ୍କା) ଏବଂ ଜରୁରୀ ଜିନିଷଗୁଡ଼ିକୁ ଖୋଲାରେ ଛାଡ଼ନ୍ତୁ ନାହିଁ। ଯଦି ରୁମ୍ରେ ସେଫ ଲକର୍ (Safe Locker) ଅଛି, ତେବେ ତାହାର ବ୍ୟବହାର କରନ୍ତୁ ଏବଂ ନିଜର ଏକ ସିକ୍ରେଟ ପାସୱାର୍ଡ ସେଟ କରନ୍ତୁ।
୭. ଜରୁରୀକାଳୀନ ପ୍ରସ୍ଥାନ (Emergency Exit) ବିଷୟରେ ନିଶ୍ଚିତ ଜାଣନ୍ତୁ
କପଲ୍ସମାନେ ଚେକ-ଇନ କରିବା ମାତ୍ରେ ହିଁ ଫାୟାର୍ ଏଗଜିଟ (ନିଆଁ ଲାଗିଲେ ବାହାରିବା ରାସ୍ତା) ଏବଂ ଏଗଜିଟ ରୁଟ ନିଶ୍ଚିତ ଭାବେ ଦେଖିନେବା ଉଚିତ୍। ଏହା ସହିତ ହୋଟେଲ ରିସେପସନ ନମ୍ବରକୁ ନିଜ ଫୋନରେ ସେଭ କରି ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ।
.png)
