ଚମକଦାର ନଖ ପଛରେ ଲୁଚିଛି ବଡ଼ ବିପଦ: ପ୍ରତିଦିନ ନେଲ୍‌ ପଲିସ ଲଗାଉଥିଲେ...ଆଜି ହିଁ ପଢ଼ନ୍ତୁ ଏହି ଖବର... 

A big danger lurks behind shiny nails they used to apply nail polish every day read this news today

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ସୁନ୍ଦର ଏବଂ ଷ୍ଟାଇଲିଶ ନଖର ଟ୍ରେଣ୍ଡ ବିଗତ କିଛି ବର୍ଷ ହେବ ବେଶ ଦ୍ରୁତ ଗତିରେ ବଢ଼ିଛି । ଲମ୍ବା, ଡିଜାଇନର୍‌ ଏବଂ ରଙ୍ଗବେରଙ୍ଗର ନେଲ୍ସ ଏବେ ଫ୍ୟାଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି । ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ଇନଫ୍‌ଲୁଏନ୍ସରମାନେ ପ୍ରତି ସପ୍ତାହରେ ନୂଆ ନୂଆ ନେଲ ଆର୍ଟ ଏବଂ ନେଲ୍‌ ପଲିସ ଲୁକ୍‌ ଦେଖାଉଥିବାର ନଜର ଆସୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ବର୍ଷ ୨୦୨୩ରେ ଗ୍ଲୋବାଲ ନେଲ ସେଲୁନ ମାର୍କେଟ୍‌ ଭାଲ୍ୟୁ ପ୍ରାୟ ୧୧.୯୬ ବିଲିୟନ ଡଲାର ଥିଲା, ଯାହା ୨୦୩୦ ସୁଦ୍ଧା ୨୦.୩୦ ବିଲିୟନ ଡଲାରରେ ପହଞ୍ଚିପାରେ ।

ଏହି ଚମକଦାର ନଖ ପଛରେ ଏଭଳି ଏକ ବିପଦ ମଧ୍ୟ ଲୁଚି ରହିଥାଇପାରେ, ଯାହାକୁ ଅଧିକାଂଶ ଲୋକ ଅଣଦେଖା କରିଦିଅନ୍ତି । ନିକଟ ସମୟରେ ଏହି ଚର୍ଚ୍ଚା ଖୁବ ଜୋର ଧରିଛି ଯେ ନେଲ ପଲିସରେ  ଥିବା କେତେକ କେମିକାଲ କ୍ୟାନ୍ସର (କର୍କଟ) ରୋଗର ଆଶଙ୍କା ବଢ଼ାଇପାରେ । ଗୁରୁଗ୍ରାମର ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ବର୍ତ୍ତିକା ବିଶ୍ୱାନୀଙ୍କ ଅନୁସାରେ, ପାରମ୍ପରିକ ନେଲ ପଲିସେରେ ଫର୍ମାଲ୍ଡିହାଇଡ, ଟୋଲ୍ୟୁଇନ ଏବଂ ଡିବିପି ଭଳି ଅନେକ କ୍ଷତିକାରକ କେମିକାଲ୍ସ ମିଳିଥାଏ । ସେ କହିଛନ୍ତି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଫର୍ମାଲ୍ଡିହାଇଡକୁ କ୍ୟାନ୍ସର ସୃଷ୍ଟି କରୁଥିବା ପଦାର୍ଥ ତାଲିକାରେ ସାମିଲ କରିଛି । 

ତେବେ ଡାକ୍ତରଙ୍କ କହିବା କଥା ହେଉଛି, କେବେକେବେ ନେଲ୍‌ ପଲିସ ଲଗାଉଥିବା ଲୋକଙ୍କ କ୍ଷେତ୍ରରେ କ୍ୟାନ୍ସରର ଆଶଙ୍କା ଖୁବ କମ୍‌ ଥାଏ। କିନ୍ତୁ ଯେଉଁମାନେ ପ୍ରତିଦିନ ଏହି କେମିକାଲ୍ସ ସଂସ୍ପର୍ଶରେ ଆସନ୍ତି, ଯେପରିକି ନେଲ ସେଲୁନରେ କାମ କରୁଥିବା କର୍ମଚାରୀ, ସେମାନଙ୍କ କ୍ଷେତ୍ରରେ ଏହି ବିପଦ ବଢ଼ିପାରେ । କ୍ରମାଗତ ଭାବେ କେମିକାଲ୍ସର ଗନ୍ଧ ଏବଂ ଧୂଆଁ ସଂସ୍ପର୍ଶରେ ରହିବା ଦ୍ୱାରା ନାକ ଏବଂ ଗଳା ସମ୍ବନ୍ଧୀୟ କ୍ୟାନ୍ସରର ଆଶଙ୍କା ବଢ଼ିବାର ସମ୍ଭାବନା ଥାଏ ।

ଅଧିକ ପଢ଼ନ୍ତୁ: ପ୍ରବଳ ଖରା ଉତ୍ତାପରୁ ରକ୍ଷାପାଇବା ପାଇଁ ପିନ୍ଧୁଛନ୍ତି କି ୧୦୦ ଟଙ୍କିଆ ଚଷମା? ହୋଇଯାଆନ୍ତୁ ସତର୍କ, ନଚେତ୍‌...

ଏକ୍ସପର୍ଟଙ୍କ କହିବାନୁସାରେ, କେବଳ ନେଲ୍‌ ପଲିସ ନୁହେଁ, ବରଂ ତାକୁ ଶୀଘ୍ର ଶୁଖାଇବା ପାଇଁ ବ୍ୟବହାର କରାଯାଉଥିବା ୟୁଭି (UV) ଲାଇଟ ମଧ୍ୟ ଚିନ୍ତାର କାରଣ ସାଜିପାରେ। ବର୍ଷ ୨୦୨୩ର ଏକ ଷ୍ଟଡିରେ ଦାବି କରାଯାଇଥିଲା ଯେ ୟୁଭି ଲ୍ୟାମ୍ପ ଡିଏନଏ (DNA) କୁ କ୍ଷତି ପହଞ୍ଚାଇପାରେ, ଯାହାଦ୍ୱାରା ସ୍କିନ କ୍ୟାନ୍ସରର ଆଶଙ୍କା ବଢ଼ିପାରେ। ଅବଶ୍ୟ ଏହି ଗବେଷଣା ଏବେ କେବଳ ଲ୍ୟାବ ସ୍ତରରେ ସୀମିତ ଅଛି ଏବଂ ମଣିଷ ଉପରେ ଏହାର ପ୍ରଭାବକୁ ନେଇ ଷ୍ଟଡି ଜାରି ରହିଛି।

ଡାକ୍ତରଙ୍କ ମତରେ ଯଦି ସଠିକ ସାବଧାନତା ଅବଲମ୍ବନ କରାଯାଏ, ତେବେ ନେଲ୍‌ ପଲିସର ବ୍ୟବହାର ଅପେକ୍ଷାକୃତ ସୁରକ୍ଷିତ ହୋଇପାରିବ। ଏଥିପାଇଁ ଫ୍ରୀ-ଲେବଲ (Free-labeled) ଥିବା ଏଭଳି ନେଲ ପଲିସ ବାଛିବାକୁ ପରାମର୍ଶ ଦିଆଯାଏ ଯେଉଁଥିରେ ବିପଜ୍ଜନକ କେମିକାଲ୍ସ କମ୍‌ ଥାଏ। ଏହା ବ୍ୟତୀତ ନେଲ ପଲିସ କିଣିବା ସମୟରେ ସେଥିରେ ଥିବା କେମିକାଲ୍ସ ବିଷୟରେ ନିଶ୍ଚିତ ପଢ଼ିବା ଉଚିତ୍‌ ଏବଂ ଫର୍ମାଲ୍ଡିହାଇଡ, ଟୋଲ୍ୟୁଇନ, କ୍ୟାମ୍ଫର (କର୍ପୂର) ଏବଂ ଡିବିପି ଭଳି ଉପାଦାନରୁ ଦୂରେଇ ରହିବା ଉଚିତ୍‌। ଯଦି ୟୁଭି ଲ୍ୟାମ୍ପ ବ୍ୟବହାର କରାଯାଉଛି, ତେବେ ହାତରେ ସନସ୍କ୍ରିିନ ଲଗାଇବା ମଧ୍ୟ ଜରୁରୀ ବୋଲି ମନେକରାଯାଏ।

ଏକ ଆକର୍ଷଣୀୟ କଥା ହେଉଛି, ବର୍ଷ ୨୦୨୬ରେ ନ୍ୟାଚୁରାଲ ଏବଂ ସିମ୍ପଲ ନେଲ୍ସର ଟ୍ରେଣ୍ଡ ଦ୍ରୁତ ଗତିରେ ଲୋକପ୍ରିୟ ହେଉଛି। ଫ୍ୟାଶନ ଇଣ୍ଡଷ୍ଟ୍ରିରେ ଏବେ କମ ମେକଅପ ଏବଂ ଅଧିକ ନେଲ୍‌ ପଲିସ ନଥିବା ସଫାସୁତୁରା ନଖକୁ ‘କ୍ୱାଇଟ ଲକ୍ଜୁରୀ ଷ୍ଟାଇଲ’ (Quiet Luxury Style) ର ଏକ ଅଂଶ ଭାବେ ଗ୍ରହଣ କରାଯାଉଛି।

Share this story