୨୬ ବର୍ଷ ବ୍ୟକ୍ତିଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷର ଗର୍ଲଫ୍ରେଣ୍ଡ, କହିଲା ସେ ମୋର...

youth kept 800 year old girl friend dead body in his bag

ଓଡ଼ିଆ ଗସିପ ବ୍ୟୁରୋ : ପେରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନା କୁ ଆସିଛି । ଏଠାକାର ଏକ ଯୁବକଙ୍କ ବ୍ୟାଗରୁ ୮୦୦ ବର୍ଷର ପ୍ରେମିକା ମିଳିଛି । ପୁଲିସ ପ୍ରେମିକ ଜୁଲିୟୋ ସିଜର ବରମେଜୋକୁ ଗିରଫ କରି ପଚରାଉଚୁରା କରୁଛି ।

ସେପଟେ ପ୍ରେମିକାକୁ ଉଦ୍ଧାର କରି ପରୀକ୍ଷାଗାରକୁ ପଠାଇ ଦେଇଛି । ଏହି ପ୍ରେମିକା ଜୀବିତ ନୁହଁନ୍ତି ବରଂ ମମି (ମନୁଷ୍ୟ କଙ୍କାଳ) ଅବସ୍ଥାରେ ଥିଲେ ।

ସୂଚନା ଅନୁଯାୟୀ, ୨୬ ବର୍ଷୀୟ ଡେଲିଭରି ବୟଙ୍କ ବ୍ୟାଗ୍‌ରୁ ଏକ ମମି ମିଳିଥିଲା । ପୁଲିସ ଏ ବିଷୟରେ ପଚାରିବାରୁ ଯୁବକ ଚକିତ ହେବା ପରି ଉତ୍ତର ଦେଇଥିଲେ । ସେ ମମିକୁ ନିଜର ଆଧ୍ୟାତ୍ମିକ ପ୍ରେମିକା ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ : ‘ପିଣ୍ଟୁ ଭାଇ ମତେ ଠକି ଦେଲେ’, ଏମିତି କାନ୍ଦି କାନ୍ଦି ବହୁତ କିଛି କହିଲେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ

ଏହି ମମିଙ୍କୁ ତାଙ୍କ ବାପା ୩୦ ବର୍ଷ ତଳେ କାହାଠାରୁ କିଣିକି ଆଣିଥିଲେ । ଡେଲିଭରି ବୟ ଏହାର ନାମ ‘ଜୁନିତା’ ରଖିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ଜୁଲିୟୋ କହୁଛନ୍ତି ଯେ ଜୁନିତା ତାଙ୍କ ସହ ଘରେ ରହୁଥିଲା । ସେ ତାଙ୍କ ସହ ଶୋଉଥିଲେ । ଜୁଲିୟୋ ଜୁନିତାର ଯତ୍ନ ମଧ୍ୟ ନେଉଥିଲେ । ସେ ସାଙ୍ଗଙ୍କୁ ଦେଖାଇବା ପାଇଁ ଜୁନିତାକୁ ନେଇକି ଯାଉଥିଲେ ।

ପେରୁ ସଂସ୍କୃତି ମନ୍ତ୍ରାଳୟ ଅନୁଯାୟୀ ଏହି ଅବଶେଷ ଜଣେ ପୁରୁଷଙ୍କର । ସେ ପୁନୋର ପୂର୍ବକ୍ଷେତ୍ରର ବାସିନ୍ଦା ଥିବା ଆଶଙ୍କା କରାଯାଉଛି । ଏହି ମମି ଜୁନିତା ନୁହେଁ ବରଂ ଜୁଆନଙ୍କର । ସେ ୪୫ ବର୍ଷରେ ପ୍ରାଣ ହରାଇଥିଲେ ।

Share this story