‘ପିଣ୍ଟୁ ଭାଇ ମତେ ଠକି ଦେଲେ’, ଏମିତି କାନ୍ଦି କାନ୍ଦି ବହୁତ କିଛି କହିଲେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ

Actress Rani Priyadharshi morns over Pintu Nanda death

ଓଡ଼ିଆ ଗସିପ ବ୍ୟୁରୋ : ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମାତ୍ର ୪୭ ବର୍ଷ ବୟସରେ ପିଣ୍ଟୁ ସମସ୍ତଙ୍କୁ ଛାଡ଼ି ଚାଲିଯିବା କଥା କେହି କେବେ ଭାବି ନଥିଲେ । ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଥିଲା । ଭୁବନେଶ୍ୱର, ପରେ ଦିଲ୍ଲୀ ଶେଷରେ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ କୌଣସି ଡୋନର ମିଳି ନଥିଲେ । ତେବେ ଦୁଃଖଦ କଥା, ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ । ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି । ଭଗବାନଙ୍କ ଉପରେ ମଧ୍ୟ ବିଶ୍ୱାସ ଥିଲା ମୋ ଭାଇ ସୁସ୍ଥ ହୋଇ ଫେରିବେ । ହେଲେ ଭାଇ ଆମ ସମସ୍ତଙ୍କୁ ଠକି ଦେଲେ ।'

ଆହୁରି ପଢ଼ନ୍ତୁ : ବ୍ଲାକ୍‌ମେଲ୍‌ କରିବାରେ ମାହିର୍ ଏହି ଡେଲିଭରୀ ବୟ, ଏମିତି ଛଳନା କରି ୬୬ରୁ ଉର୍ଦ୍ଧ ମହିଳା ସହ ଜୋରଜବରଦସ୍ତି ରଖିଥିଲା ଶାରୀରିକ ସମ୍ପର୍କ, ଏବେ...

"ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ମୁଁ କେବେବି ଭାବି ନଥିଲି ଭାଇ ଆମକୁ ଛାଡ଼ି ଚାଲି ଯିବେ । କଷ୍ଟ କରି ଭିକ୍ଷା ମାଗି ଟଙ୍କା ଯୋଗାଡ଼ କରିଥିଲି । ଆଉ ଭାବିଥିଲି ମୋ ଭାଇ ବଞ୍ଚି ଯିବେ । ହେଲେ ଆଜି ଭାଇ ଆଉ ଆମ ପାଖରେ ନାହାନ୍ତି" କାନ୍ଦି କାନ୍ଦି ଏଭଳି କିଛି କହିଛନ୍ତି ରାନୀ ।

ସୂଚନାଥାଉ କି, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ରାଶି ଯୋଗାଡ଼ କ୍ଷେତ୍ରରେ ରାନୀ ପ୍ରିୟଦର୍ଶିନୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଭୁବନେଶ୍ୱର ବିମାନମନ୍ଦରରେ ଭିକ୍ଷା ମାଗି ସେ ଟଙ୍କା ଯୋଗାଡ଼ କରିଥିବା ନଜର ଆସିଥିଲେ ।

Share this story