ସ୍କୁଲରେ ମଧ୍ୟାହ୍ନଭୋଜନରେ କାହିଁକି ଦିଆଯାଉନି ଚିକେନ୍‌, ମଟନ୍‌; ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

Why meat and chicken is not given in midday meal

ଓଡ଼ିଆ ଗସିପ ବ୍ୟୁରୋ: ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କାହିଁକି ଚିକେନ କିମ୍ବା ମଟନ୍‌ ଦିଆଯାଉ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ବୁଧବାର ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ପ୍ରଶ୍ନ ଉଠାଇଥିବା ବେଳେ ଲାକ୍ଷାଦ୍ଵୀପ ପ୍ରଶାସନକୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟାହ୍ନ ଭୋଜନ ଯୋଜନାରୁ ଚିକେନ ଏବଂ ମଟନକୁ ବାଦ୍ ଦିଆଯିବା ପରେ ସଂପୃକ୍ତ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜଣେ ଆବେଦନକାରୀ ସର୍ବୋଚ୍ଚ ନ୍ୟାୟାଳୟରୁ ଦ୍ବାରସ୍ଥ ହୋଇଥିଲେ ।

ଆହୁରି ପଢ଼ନ୍ତୁ : ଭାଣିଜୀ ବାହାଘର ରେ ଆସିଥିଲେ ଖୁସି ଦେବା ପାଇଁ ହେଲେ ଲୁହ ଦେଇ ଚାଲିଗଲେ ମାମୁଁ, ଘଟିଲା କିଛି ଏପରି ଅଘଟଣ...

ପୂର୍ବରୁ ଲାକ୍ଷାଦ୍ବୀପରେ ସ୍କୁଲ ପିଲାଙ୍କୁ ଚିକେନ ଓ ମଟନ ଦିଆଯାଉଥିଲା । କିନ୍ତୁ ଏହା ବନ୍ଦ କରି ଦିଆଯିବା ପରେ ଏହି ପ୍ରସଙ୍ଗରେ କେରଳ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ହାଇକୋର୍ଟରେ ଏହି ଆବେଦନ ଖାରଜ ହୋଇଯିବା ପରେ ଆବେଦନକାରୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ।

ଜଷ୍ଟିସ୍ ଅନିରୁଦ୍ଧ ବୋସ୍ ଏବଂ ଜଷ୍ଟିସ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡ ପୀଠ ଏକ ସ୍ଵତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି କରି ଏହି ପ୍ରଶ୍ନ ଉତଥାପନ କରିଛନ୍ତି । ପିଲାଙ୍କୁ କାହିଁକି ଏଥିରୁ ବଞ୍ଚିତ କରାଯାଉଛି ବୋଲି ଖଣ୍ଡପୀଠଙ୍କ ପ୍ରଶ୍ନରେ ଅତିରିକ୍ତ ସଲିସିଟର ଜେନେରାଲ କେ ଏମ ନଟରାଜ କହିଛନ୍ତି, ପିଲାଙ୍କୁ ଏଥିରୁ ଆହୁରି ଉନ୍ନତ ଭୋଜନ ଦିଆଯାଉଛି । ତେବେ ଏହାକୁ ନେଇ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହିତ ପିଲାଙ୍କୁ ଚିକେନ୍ ଏବଂ ମଟନ ଜାଗାରେ କ’ଣ ‘ ଡ୍ରାଇ ଫୁଡ୍ସ’ ଦିଆଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ।

Share this story