ଭାଣିଜୀ ବାହାଘର ରେ ଆସିଥିଲେ ଖୁସି ଦେବା ପାଇଁ ହେଲେ ଲୁହ ଦେଇ ଚାଲିଗଲେ ମାମୁଁ, ଘଟିଲା କିଛି ଏପରି ଅଘଟଣ...

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁ ଯେବେ ଆସେ କାହାକୁ କହିକି ଆସିନଥାଏ । ଆଉ ଯେବେ ଆସିଯାଏ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଯାଏ । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଖୁସି ଆନନ୍ଦ ଭିତରେ ଦୁଃଖର ଲହରୀ ନେଇଆସିଛି ।
ଭାଣିଜୀ ବାହାଘରରେ ନାଚୁ ନାଚୁ ଚାଲିଗଲା ମାମୁଁଙ୍କ ପ୍ରାଣ । ଭାଣିଜୀ ବିବାହରେ ଧୁମ୍ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍ ବସିପଡ଼ି ଟଳିପଡ଼ିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟୁଛି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ ।
ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି, ତେଣୁ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ...
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ ରାଉତକାର ନାମକ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ । ଖୁସିରେ ସେ ଷ୍ଟେଜ୍ ଉପରେ ନାଚୁଥିଲେ । ଅନ୍ୟ ସାଙ୍ଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହଠାତ୍ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ ।
ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର ଥିଲେ । ହାର୍ଟ ଆଟାକ୍ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।