କୁକୁର କାମୁଡ଼ାରେ ଜଣାଶୁଣା ଚାହା କମ୍ପାନୀ 'ବାଘ ବକରୀ ଚାୟ'ର ମାଲିକଙ୍କ ପରଲୋକ
 

Wagh Bakri Owner Parag Desai Dies After Attack By Street Dogs
'ବାଘ ବକରୀ ଚାୟ'ର ମାଲିକଙ୍କ ପରଲୋକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶର ଜଣାଶୁଣା ଚାହା କମ୍ପାନୀ 'ବାଘ ବକରୀ ଚାୟ'ର ମାଲିକ ପରାଗ ଦେଶାଇ (Parag Desai)ଙ୍କ ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଦେଶାଇ ନିଜ ବାସଭବନ ବାହାରେ ବୁଲୁଥିବା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ।

ଅଧିକ ପଢ଼ନ୍ତୁ: ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

ଫଳରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ତାଙ୍କୁ କିଛି ବୁଲା କୁକୁର ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ଫଳରେ କୁକୁର କାମୁଡ଼ିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। 

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଏ ସମ୍ପର୍କରେ ସୁରକ୍ଷା କର୍ମୀ ପରାଗଙ୍କ ପରିବାରକୁ ସୂଚନା ଦେଇଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ଦେଶାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

Share this story