ଦୁଇ ପୁଅଙ୍କୁ ଚୋଟ ମାରିବା ପରେ ସହରରୁ ଘରକୁ ଆସିଥିବା ବାପାଙ୍କୁ ବି ଛାଡିଲେନି ନାଗ-ନାଗୁଣୀ
ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ଷା ଦିନେ ବିଷାକ୍ତ ସାପର ପାଦୁର୍ଭାବ ବେଶୀ ହୋଇଥାଏ ଯାହା ଫଳରେ ସାପ ଗୁଡିକ ଜନବସତି ଆଡକୁ ମାଡି ଆସି ବିଭିନ୍ନ ଲୋକଙ୍କ ସଂସାର ଉଜାଡି ଦେଇଥାଏ, ବର୍ତମାନ ମଧ୍ୟ ଠିକ ଏଭଳି ଏକ ଦୁଖଦଃ ଘଟଣା ସାମ୍ନାକୁ ଆସିଛି। ଏକ ନାଗ-ନାଗୁଣୀ ଯୋଡ଼ି ଗୋଟିଏ ପରିବାରର ତିନିଜଣଙ୍କ ଉପରେ ଆକ୍ରମଣ କରି ସଂସାର ଉଜାଡି ଦେଇଛି।
ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଧଧୁଆ ଗାଜନ ଗାଁରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନାଗ-ନାଗୁଣୀଙ୍କ ଚୋଟରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି।
ସୂଚନାଯୋଗ୍ୟ, ଧଧୁଆ ଗାଜନ ଗାଁରେ ବବଲୁ ଯାଦବ କାମ ପାଇଁ ଅନ୍ୟ ସହରରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ୯ ବର୍ଷୀୟ ଓ ୭ ବର୍ଷୀୟ ପୁଅ ଗାଁରେ ବସବାସ କରନ୍ତି। ଗତ ୧୭ ତାରିଖ ରାତିରେ ବବଲୁଙ୍କ ସ୍ତ୍ରୀ ଓ ଦୁଇପୁଅ ଖାଇ ସାରି ଶୋଇବାକୁ ଯାଇଥିଲେ। ହଠାତ ରାତିରେ ମା’ ଦୁଇ ପୁଅଙ୍କ ଚିତ୍କାର ଶୁଣିଥିଲେ।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ସେ ନିଦରୁ ଉଠି ପଡ଼ି କ’ଣ ହେଲା ବୋଲି ଘରର ଲାଇଟ ଅନ କରି ଦେଇଥିଲେ। ଏତିକି ବେଳେ ଏକ ନାଗ-ନାଗୁଣୀ ଯୋଡ଼ି ଘର ଅଗଣା ଦେଇ ଚାଲି ଯାଉଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ମା’ ଦୁଇପୁଅଙ୍କ ଶରୀରରେ ସର୍ପ ଦଂଶନର ଚିହ୍ନଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଗ୍ରାମବାସୀଙ୍କ ସାହାଯ୍ୟରେ ଦୁଇପୁଅଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ହେଁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଦୁଇପୁଅଙ୍କ ମୃତ୍ୟୁ ଖବର ପାଇ ସହରରେ ରହୁଥିବା ବାପା ବବଲୁ ଘରେ ଆସି ପହଞ୍ଚିଥିଲେ। ଦୁଇପୁଅଙ୍କୁ ହରାଇ ବାପା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଗତ୨୦ ତାରିଖରେ ବବଲୁ ବାହାରକୁ ଶୌଚ ହେବାକୁ ଯାଇଥିଲେ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...
ଏହି ସମୟରେ ସେ କିଛି ବୁଝିବା ପୂର୍ବରୁ ହଠାତ କେଉଁଆଡୁ ଏକ ନାଗ-ନାଗୁଣୀ ଯୋଡ଼ି ଆସି ତାଙ୍କୁ ଚୋଟ ପକାଇଥିଲେ। ଏହି ଚୋଟରେ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ଜଣା ପଡିଛି।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ