୩ ମାସ ଶିଶୁର ଜୀବନ ସହ ଖେଳିଲେ ବାପା-ମା' : ନିମୋନିଆରୁ ସୁସ୍ଥ ପାଇଁ ୫୧ ଥର ଗରମ ଲୁହା ଚେଙ୍କ ଦେଲେ...

three months child subjected to hot iron rod more than 50 times

ଓଡ଼ିଆ ଗସିପ ବ୍ୟୁରୋ: ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ଏବେବି ବାହାରି ପାରୁନି ମଣିଷ । ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ ଉପରେ ଲୋକେ ବିଶ୍ୱାସ କରୁଛନ୍ତି । ଚିକିତ୍ସା ପରିବର୍ତ୍ତେ କେଉଁଠି ଝଡାଫୁଙ୍କାକୁ ଆପଣାଉଛନ୍ତି ତ ଆଉ କେଉଁଠି ଚେଙ୍କ ଉପରେ ଭରସା କରାଯାଉଛି । ହେଲେ ଏହି ଅନ୍ଧବିଶ୍ୱାସ ଯୋଗୁ ଅନେକ ଜୀବନ ଚାଲି ଯାଉଛି ।

ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସ ଯୋଗୁ ୩ ମାସ ଶିଶୁର ଜୀବନ ଚାଲି ଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ଅଧ୍ୟ୍ୟୁଷିତ ଶହଡୋଲ ଜିଲ୍ଲାରେ ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା ।

ଏହାଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ପରେ ପରିବାର ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଶହଡୋଲ ଜିଲ୍ଲାର ସିଂହପୁର କଠୌତିଆର ୩ ମାସର ଶିଶୁ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ।

ଅଧିକ ପଢ଼ନ୍ତୁ : ଏହି ରୋଗରେ ପୀଡ଼ିତ ବଲିଉଡର ଭାଇଜାନ; ଆସିଯାଇଥିଲା କୋମା ପରିସ୍ଥିତି

ପରିବାର ଲୋକ ଚିକିତ୍ସା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତିଙ୍କ ପାଖକୁ ନେଇଥିଲେ । ବ୍ୟକ୍ତି ଜଣକ ଔଷଧ ବଦଳରେ ଥରେ କି ୨ ଥର ନୁହେଁ ୫୧ ଥର ଶିଶୁକୁ ଗରମ ଲୁହା ଚେଙ୍କ ଦେଇଥିଲେ । ଏହାଦ୍ୱାରା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା ।

ଏହାପରେ ପରିବାର ଲୋକ ଶିଶୁକୁ ଶହଡୋଲ ମେଡିକାଲ୍‌ କଲେଜରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ହତ୍ୟା ଘଟଣା : ଗୁଳି ମାରିବା ପରେ ବଞ୍ଚିବ ବୋଲି ଭାବି ନଥିଲା ଗୋପାଳ; ଜେରା ବେଳେ ପୋଲିସକୁ ସବୁ କହିଲା...

ଘଟଣାକୁ ନେଇ ଶହଡୋଲ ଜିଲ୍ଲାପାଳ କହିଛନ୍ତି, ‘ଚେଙ୍କ ନଦେବା ଲାଗି ଶିଶୁର ମା’ଙ୍କୁ ଅଙ୍ଗନବାଡିକର୍ମୀ ବହୁତ ବୁଝାଇଥିଲେ । ଏହା ସତ୍ତ୍ୱେ ମଧ୍ୟ ଚେଙ୍କ ଦିଆଯାଇଥିଲା । ଯେତେବେଳେ ମହିଳା ଏବଂ ଶିଶୁ ବିକାଶ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଯାଞ୍ଚ କରିଥିଲେ, ଜଣାପଡ଼ିଥିଲା ଏହି ଘଟଣା ୧୫ ଦିନ ପୂର୍ବର । ନିମୋନିଆ ବଢ଼ି ଯାଇଥିଲା । ସଂକ୍ରମଣ ବୃଦ୍ଧି ଯୋଗୁ ଶିଶୁର ଜୀବନ ଚାଲି ଯାଇଥିଲା ।’

ସୂଚନାଥାଉ କି, ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁଙ୍କୁ ଗରମ ଲୁହା ଚେଙ୍କ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି । ଏହି କୁପ୍ରଥା ବିରୋଧରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହେଉଛି, ତଥାପି କୌଣସି ଫଳ ମିଳୁ ନାହିଁ ।

Share this story