ନବ ଦାସଙ୍କୁ ହତ୍ୟା ଘଟଣା : ଗୁଳି ମାରିବା ପରେ ବଞ୍ଚିବ ବୋଲି ଭାବି ନଥିଲା ଗୋପାଳ; ଜେରା ବେଳେ ପୋଲିସକୁ ସବୁ କହିଲା...

ASI Gopal Das might have died after he shot at Health minister

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା ପୂର୍ବରୁ ନିଜ ମୃତ୍ୟୁ ବାବଦରେ ଆକଳନ କରିଥିଲେ ଅଭିଯୁକ୍ତ ଗୋପାଳ ଦାସ । ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ଅଭିଯୁକ୍ତ ଗୋପାଳ ଦାସ ଏଭଳି କିଛି ସୂଚନା ଦେଇଛନ୍ତି । 

ତେଣୁ ସେ ନିଜ ମୃତ୍ୟୁ ବାବଦରେ ଚିନ୍ତା କରିଥିଲେ ବୋଲି ଜଣାପଡିଛି । ଆଉ ଏହି ଘଟଣା ପୂର୍ବରୁ ସେ ତାଙ୍କ ଭାଇଙ୍କୁ ହୋଟେଲ ବନ୍ଦ କରି ଘରକୁ ପଳାଇ ଯିବାକୁ କହିଥିଲେ ବୋଲି ସୂଚନା ରହିଛି । ଗୁଳି ମାରିବା ପରେ ବଞ୍ଚିବ ବୋଲି ଭାବି ନଥିଲା ଗୋପାଳ ବୋଲି ସେ ପୋଲିସକୁ ଜେରା ବେଳେ କହିଛି ।

ଅଧିକ ପଢ଼ନ୍ତୁ : ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା, କାର ଉପରେ ଓଲଟି ପଡିଲା ସିମେଣ୍ଟ କଂକ୍ରିଟ୍ ମିକ୍ସଚର ଟ୍ରକ୍, ୨ ମୃତ

କାହିଁକି ନା ଚାରିଆଡେ ମନ୍ତ୍ରୀଙ୍କ ଶତାଧିକ ସମର୍ଥକ ଥିବେ ଏବଂ ଗୋପାଳଙ୍କ ଗୁଳି ମାଡ ପରେ ସେମାନେ ତାଙ୍କୁ ଜୀବନରେ ମାରି ଦେଇଥାନ୍ତେ ବୋଲି ସେ ଅନୁମାନ କରିପାରିଥିଲେ । ହେଲେ ଶେଷରେ ଏମିତି ହୋଇନଥିବା ସେ କହିଛନ୍ତି । କାରଣ ସେତେବେଳକୁ ପୋଲିସ ଗୋପାଳକୁ ନିଜ ହେପାଜତକୁ ନେଇସାରିଥିଲା ।

ଅଭିଯୁକ୍ତ ଗୋପାଳ ଦାସ ଏବେ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ରହିଛନ୍ତି । ଆଜି ରିମାଣ୍ଡର ଦ୍ୱିତୀୟ ଦିନ ରହିଛି । ଗୁଳି ମିଳିବା ପରେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିବାକୁ ଯୋଜନା କରିଥିବା ସୂଚନା ରହିଛି ।

ସେହିପରି ସିଏଫଏସଏଲ ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବ ବୋଲି ମଧ୍ୟ ସୂଚନା ରହିଛି । ସେପଟେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରରେ ମଧ୍ୟ ଛାନଭିନ୍ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି ।

Share this story