ରୋଷଣୀ କରି ଯାଉଥିଲା ବର ଆଉ ବରଯାତ୍ରୀଙ୍କ ଭିତରକୁ ମାଡିଆସିଲା ଦ୍ରୁତ କାର; ୩ ମୃତ, ୧୨ରୁ ଅଧିକ ଗୁରୁତର...

Three died on spot after speeding car rammed over wedding party

ଓଡ଼ିଆ ଗସିପ ବ୍ୟୁରୋ: ଉତ୍ତରପ୍ରଦେଶ ମେରଟରେ ଘଟିଛି ଅଭାବନୀୟ ଘଟଣା । ବାଣ, ବାଜା ରୋଷଣୀ କରି ବିବାହ କରିବାକୁ ଯାଉଥିଲା ବର । ଆଗରେ ନାଚି ନାଚି ଯାଉଥିଲେ ବରଯାତ୍ରୀ । ହେଲେ ହଠାତ୍ ମାଡିଆସିଲା ବିପଦ ।

ବରଯାତ୍ରୀଙ୍କ ଭିରତକୁ ମାଡିଆସିଲା ଏକ ଦ୍ରୁତଗାମୀ କାର । ବରଯାତ୍ରୀଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ୩ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ୩୩ କିମି ବୋହିଲେ ପତ୍ନୀଙ୍କ ଶବ; ନଥିଲା ଟଙ୍କା, ଯୋଗାଡ ହେଲାନି ଆମ୍ବୁଲାନ୍ସ; ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ

ମଦ୍ୟ ପାନ କରି କାର ଚଳାଉଥିବା ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାର ତଦନ୍ତ କରୁଛି ପୋଲିସ । ଏହି ଘଟଣା ଘଟିବା ପରେ ପୁରା ବରଯାତ୍ରୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା ।

ଲୋକଙ୍କ କହିବା ଅନୁସାରେ କାରଟି ଏତେ ଦ୍ରୁତ ବେଗରେ ମାଡି ଆସିଥିଲା ଯେ, ଜଣେ ବରଯାତ୍ରୀଙ୍କୁ କିଛି ଦୂର ଯାଏଁ ଘୋଷାଡି ନେଇଯାଇଥିଲା । ଫଳରେ ସେହିଠାରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

Share this story