ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ମା’ ଓ ପୁଅ ଜୀବନ୍ତ ଦଗ୍ଧ

three died after protestors torched ambulance

ଓଡ଼ିଆ ଗସିପ ବ୍ୟୁରୋ: ମଣିପୁରରେ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ । ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଛାତି ଥରା ଭିଡ଼ିଓ: କରମଣ୍ଡଳ ଟ୍ରେନ ଦୁର୍ଘଟଣା ସମୟରେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୃଶ୍ୟ

ପୁଲିସର ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ ଆମ୍ବୁଲାନ୍ସରୁ କେବଳ କଙ୍କାଳ ମିଳିଛି । ଏ ଘଟଣା ରବିବାର ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି । ମୃତକ ହେଲେ ୭ ବର୍ଷର ଟନସିଙ୍ଗ ହ୍ୟାଙ୍ଗିଗ୍, ତାଙ୍କ ମାଆ ମୀନା ହ୍ୟାଙ୍ଗିଗ୍ ଓ ତାଙ୍କ ସମ୍ପର୍କୀୟ ଲିଡିଆ ଲ୍ୟାରେମ୍ବମ୍ ବୋଲି ଜଣାପଡ଼ିଛି ।

Share this story