ଖେଳୁଖେଳୁ ୫୦ ଫୁଟର ବୋରୱେଲକୁ ଖସିପଡିଲା ଅଢେଇ ବର୍ଷର କୁନି ଝିଅ, ଆଉ ତା'ପରେ...

this little girl got trapped inside borewell

ଓଡ଼ିଆ ଗସିପ ବ୍ୟୁରୋ: ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଖେଳୁ ଖେଳୁ ବୋରୱେଲ ଭିତରେ ଖସି ପଡ଼ିଲା ଅଢେଇ ବର୍ଷର କୁନି ଝିଅ । ଏନେଇ ଶିଶୁଟିର ବାପା-ମା’ ଓ ସ୍ଥାନୀୟ ଲୋକ ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ । ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ କୁନି ଝିଅ ସୃଷ୍ଟି ବୋରୱେଲ ଭିତରେ ଫସି ରହିଛି । ପ୍ରାୟ ୫୦ ଫୁଟ ତଳକୁ ପିଲାଟି ଖସିପଡିଥିବା ଜଣାପଡିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଛି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟାକୁ ମନିଟରିଂ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଛାତି ଥରା ଭିଡ଼ିଓ: କରମଣ୍ଡଳ ଟ୍ରେନ ଦୁର୍ଘଟଣା ସମୟରେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୃଶ୍ୟ

ଅନ୍ୟପଟେ କୁନି ଝିଅ ସୃଷ୍ଟିକୁ ପାଖକୁ ବୋରଓ୍ବେଲ ଦେଇ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଖୁବ୍ ଶୀଘ୍ର ଏବଂ ସୁରକ୍ଷିତ ପିଲାଟିକୁ ବାହାରକୁ ଅଣାଯିବ ବୋଲି ପ୍ରାଶାନିକ ଅଧିକାରୀ କହିଛନ୍ତି ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ ଚାଷକାର୍ଯ୍ୟା ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦ଫୁଟ୍ ଖୋଳିବା ପରେ ପାଣି ନ ବାହାରିବାରୁ କୂଅକୁ ମୁକୁଳା ଛାଡ଼ିଦେଇଥିଲା ।

ଅଧିକ ପଢ଼ନ୍ତୁ : ସେଲ୍ଫି ନେବା ହେଲା କାଳ, ଗୋଡ଼ ଖସି ଯିବାରୁ ୧୦୦ ଫୁଟ ଉର୍ଦ୍ଧ୍ବରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ଅନ୍ୟପଟେ କୁନି ଝିଅଟି ଖେଳୁଥିବା ବେଳେ ଅଜାଣତରେ ବୋରଓ୍ବେଲ୍ ଭିତରେ ଖସିପଡ଼ିଥିଲେ । ଝିଅକୁ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ବୋରୱେଲ ଭିତରୁ କାନ୍ଦଣା ଶବ୍ଦ ଶୁଣିଥିଲେ । ଏନେଇ ସେମାନେ ସ୍ଥାନୀୟ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି ।

Share this story