ସଂସଦରେ ସ୍ୱତନ୍ତ୍ର ନୀଳ ରଙ୍ଗର ଜ୍ୟାକେଟ ପିନ୍ଧି ପହଂଚିଲେ ପ୍ରଧାନମନ୍ତ୍ରୀ, ଏହି ଜ୍ୟାକେଟ ବିଷୟରେ ଜାଣିଲେ ଆପଣ ତାଯୁବ ହୋଇଯିବେ...

This jacket of Modi is made from plastic bottles

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ନିଜର ବେଶ ପୋଷାକକୁ ନେଇ ଚର୍ଚ୍ଚାରେ ଥାନ୍ତି । ତାଙ୍କର କିଛି ବେଶ ପୋଷାକକୁ ନେଇ ବିରୋଧୀ ଦଳମାନେ ବାରମ୍ବାର ତାଙ୍କୁ ଟାର୍ଗେଟ ମଧ୍ୟ କରିଥାନ୍ତି । ହେଲେ ସଂସଦର ବଜେଟ ଅଧିବେଶନକୁ ଏକ ସ୍ୱତନ୍ତ୍ର ନୀଳ ରଙ୍ଗର ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ଏହି ଜ୍ୟାକେଟକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।

ଏହି ଜ୍ୟାକେଟଟି ପ୍ଲାଷ୍ଟିକ ବୋତଲକୁ ପେଟ୍ ରିସାଇକେଲ ପଦ୍ଧିତିରେ ପ୍ରସ୍ତୁତ କରାଯାଇଥିବା କଥା କୁହାଯାଉଛି । ଏହି ଜ୍ୟାକେଟଟିକୁ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିଆ ଏନର୍ଜି ସପ୍ତାହରେ ଉପହାର ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କର୍ଣ୍ଣାଟକର ବେଙ୍ଗାଲୋର ଠାରେ ଆୟୋଜିତ ହୋଇଥିବା ଇଣ୍ଡିଆ ଏନର୍ଜୀ ସପ୍ତାହର ଉଦଘାଟନ କରିବାକୁ ପହଂଚିଥିଲେ । ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ତାଙ୍କୁ ଏହି ଜ୍ୟାକେଟ ଉପହାର ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ : ୬୫ ବର୍ଷରେ ଖୋଜୁଥିଲେ ପ୍ରେମିକା, ଧୋକା ଦେଇଦେଲା ବିଧବା ପ୍ରେମିକା; ହରାଇଲେ ୬୦ ଲକ୍ଷ

ଏହି କ୍ରମରେ ଇଣ୍ଡିଆନ ଅଏଲ ତରଫରୁ କୁହାଯାଇଛି କି ଚଳିତ ବର୍ଷ କମ୍ପାନୀ ତରଫରୁ ୧୦କୋଟି ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରୁ ଯେଉଁ ଜ୍ୟାକେଟ୍ ପ୍ରସ୍ତୁତ କରାଯିବ ତାହାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦିଆଯିବ ।

ସେପଟେ ଆଜି ପ୍ରଧାନମନ୍ତ୍ରୀ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚାର ଜବାବ ଦେବେ । ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଦାନୀ ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ରାହୁଲ ଗାନ୍ଧୀଙ୍କ ଭଳି ପ୍ରଶ୍ନ କରିଛନ୍ତି କି କିଭଳି ଭାବେ ଜଣେ ବ୍ୟବସାୟୀଙ୍କ ସମ୍ପତ୍ତି ଅଢେଇ ବର୍ଷରେ ୮ଗୁଣା ବୃଦ୍ଧି ପାଇଲା ।

Share this story