ଏହି କାରଣ ପାଇଁ ମୋଦୀଙ୍କ ପାଦ ଛୁଇଁ ସ୍ବାଗତ କଲେ ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ

This country head touch feet of Prime Minister

ଓଡ଼ିଆ ଗସିପ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପାପୁଆ ନ୍ୟୁ ଗିନିରେ ପହଞ୍ଚିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଜେମସ୍‌ ମାରାପେ, ନରେନ୍ଦ୍ର ମୋଦିଙ୍କୁ ପାଦ ଛୁଇଁ ସ୍ବାଗତ କରିଛନ୍ତି । ତାଙ୍କ ସହିତ ପାପୁଆ ନ୍ୟୁ ଗିନିର ଅନ୍ୟାନ୍ୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୧୨ ମୃତ

ଏଫଆଇପିଆଇସି ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀରେ ଫୋରମରେ ଭାଗ ନେବାକୁ ମୋଦି ଏଠାକୁ ଯାଇଛନ୍ତି ।

ଏହି ସମ୍ମିଳନୀରେ ଭାରତ ସମେତ ୧୪ ଟି ଦେଶ ଅଂଶଗ୍ରହଣ କରିବେ । ଏଠାରେ ପରେ ମୋଦି ସିଧାସଳଖ ଅଷ୍ଟ୍ରେଲିଆ ଯିବେ ଏବଂ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Share this story