ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୧୨ ମୃତ

road accident kills 12 people on spot

ଓଡ଼ିଆ ଗସିପ ବ୍ୟୁରୋ : ମହାରାଷ୍ଟ୍ର ଅମରାବତୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ନାଗପୁର-ପୁଣେ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଟ୍ରକ ଓ ଯାତ୍ରୀବାହୀ ବସ୍‌ ଧକ୍କା ହୋଇଥିଲା । ଫଲରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ଅନେକ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହିଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଅଧିକ ପଢ଼ନ୍ତୁ : ବାପା, ମା’ ସହ ପୁଅ ଓ ଝିଅଙ୍କୁ ହାଣି ମାରିଦେଲେ କକା

ଆଜି ସକାଳୁ ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍‌ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା । ମାତ୍ର ବସ୍‌ଟି ବୁଲଢ଼ନା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା ।

ଧକ୍କା ଏତେ ଜୋର ଥିଲା ଯେ, ବସ୍‌ର କାଚ ଭାଙ୍ଗି ଯାଇଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

Share this story

World Odia Language Conferene