ବାପା, ମା’ ସହ ପୁଅ ଓ ଝିଅଙ୍କୁ ହାଣି ମାରିଦେଲେ କକା

Four persons of a family were murdered in Odisha

ଓଡ଼ିଆ ଗସିପ ବ୍ୟୁରୋ : ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗଚ ଝିକିଝିକି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ବାପା, ମା’ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି । ଜମିଜମା ବିବାଦରୁ କକା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ କକାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

ଅଧିକ ପଢ଼ନ୍ତୁ : ଜାଣନ୍ତୁ ନବନିର୍ବାଚିତ ୩ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ ମିଳିଲା କେଉଁ ବିଭାଗ…

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଧିକ ତଥ୍ୟପ୍ରମାଣ ସଂଗ୍ରହ ପାଇଁ ପୁଲିସ ସାଇଣ୍ଟିଫିକ ଟିମର ସହାୟତା ନେଇଛି । ମୃତକ ମାନେ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ ।

ଜମିଜମା ବିବାଦରୁ ଗୁରୁଦେବଙ୍କ କାକା ଶିବ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିବ ବାଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Share this story

World Odia Language Conferene