ଜନ୍ମନେଲେ ତିନି ‘ସୁପର୍ ଗାଈ’, ପ୍ରତି ଗାଈରୁ ମିଳିବ ଦୈନିକ ୧୪୦ ଲିଟର କ୍ଷୀର

ଓଡ଼ିଆ ଗସିପ ବ୍ୟୁରୋ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନ୍ କ୍ରମାଗତ ଭାବେ ଅଦ୍ଭୂତ ପରୀକ୍ଷଣ କରିବାରେ ଲାଗିଛି । ଏବେ ଚୀନ୍ ବୈଜ୍ଞାନିକ କ୍ଲୋନିଂ କରି ତିନୋଟି ‘ସୁପର୍ ଗାଈ’ ବନାଇଥିବା ଦାବି କରିଛନ୍ତି । ଏହି ଗାଈ ଦିନକୁ ୧୪୦ ଲିଟର କ୍ଷୀର ଦେବ ।
ଏହା ନିଜର ଜୀବନକାଳ ଭିତରେ ୧୦୦ ଟନ୍ ଅର୍ଥାତ୍ ୨ ଲକ୍ଷ ୮୩ ହଜାର ଲିଟର କ୍ଷୀର ଦେବ । ରିପୋର୍ଟ ଅନୁଯାୟୀ ନର୍ଥୱେଷ୍ଟର ୟୁନିଭର୍ସିଟିର ବୈଜ୍ଞାନିକମାନେ ତିନି ଗାଈର ବ୍ରିଡିଂ କରାଇଥିଲେ । ଗତ ୨ ମାସ ଏହି ବାଛୁରୀ ନିଙ୍ଗସିଆ ଅଞ୍ଚଳରେ ଜନ୍ମ ହୋଇଥିଲେ । ଏହି ସବୁ ବାଛୁରୀ ନେଦରଲ୍ୟାଣ୍ଡରୁ ଆସୁଥିବା ହୋଲଷ୍ଟିନ ଫ୍ରିସିୟନ ଗାଈର କ୍ଲୋନିଂ ।
ଅଧିକ ପଢ଼ନ୍ତୁ : 'ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା', ରହସ୍ୟ ଖୋଲିବେ ଏହି ନେତା !
ଏହି ପ୍ରକଳ୍ପର ନେତୃତ୍ବ ନେଉଥିବା ବୈଜ୍ଞାନିକ ଜିନ୍ ୟାପିଂ କହିଛନ୍ତି ଯେ, ଏହି ଗାଈ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଉତ୍ତମ ପ୍ରଜାତିର ଗାଈର କାନରୁ କୋଷିକା ବାହାର କରାଯାଇଥିଲା । ପରେ ଏଥିରୁ ଭ୍ରୁଣ ପ୍ରସ୍ତୁତ କରି ୧୨୦ ଗାଈଙ୍କଠାରେ ପ୍ରତିରୋପଣ କରାଯାଇଥିଲା ।
ଏମାନଙ୍କ ମଧ୍ୟରୁ ୪୨ ପ୍ରତିଶତ ଗାଈ ଗର୍ଭଧାରଣ କରିଥିଲେ । ଏବେ ତିନୋଟି ‘ସୁପର ଗାଈ’ର ଜନ୍ମ ହୋଇଛି । ଆଗାମୀ କିଛି ଦିନ ମଧ୍ୟରେ ଆଉ ୧୭.୫ ପ୍ରତିଶତ ବାଛୁରୀ ଜନ୍ମ ହେବେ । ବୈଜ୍ଞାନିକଙ୍କ ଅନୁଯାୟୀ ଗୋଟିଏ ସୁପର୍ ଗାଈ ବର୍ଷକେ ୧୮ ଟନ୍ (୧୬.୩ ଲିଟର) କ୍ଷୀର ଦେବ । ଏହା ଆମେରିକାର ସାଧାରଣ ଗାଈଙ୍କ ତୁଳନାରେ ୧.୭ ଗୁଣ ଅଧିକ ।
ୟାପିଂଙ୍କ ଅନୁଯାୟୀ ଚୀନ୍ ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଏଭଳି ହଜାରେ ସୁପର୍ ଗାଈ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଚୀନ୍ରେ ପ୍ରତି ୧୦ ହଜାରରୁ ୫ ଗାଈ ନିଜ ଜୀବନକାଳ ମଧ୍ୟରେ ୧୦୦ ଟନ୍ କ୍ଷୀର ଦେଉଛନ୍ତି ।