CRPF ୧ ଲକ୍ଷ ୩୦ ହଜାର ପଦବୀରେ ଭର୍ତ୍ତି ପାଇଁ ବଡ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ssc will bring out notification soon for massive crpf constable post
CRPF ରେ ଭର୍ତ୍ତି ପାଇଁ ବଡ ସୁଯୋଗ, ୧ ଲକ୍ଷ ୩୦ ହଜାର ପଦବୀରେ ଭର୍ତ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ: କର୍ମଚାରୀ ଚୟନ ଆୟୋଗ (SSC) ପକ୍ଷରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ ସୁଯୋଗ ଆଣିଛି ଭାରତୀୟ ସେନା । CRPFରେ ମୋଟ ୧.୩୦ ଲକ୍ଷ କନଷ୍ଟେବଲ ପଦବୀରେ ଭର୍ତ୍ତି ପାଇଁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । CRPFରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଆରମ୍ଭ ହେବ । 

ବର୍ତ୍ତମାନ ଏ ନେଇ କୌଣସି ନୋଟିଫିକେସନ୍ ଆସିନାହିଁ । ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଆଶାୟୀ ପ୍ରାର୍ଥୀ rect.crpf.gov.in କିମ୍ବା ssc.nic.inକୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ । ଖବର ସରବରାହ ସଂସ୍ଥା ANI ପକ୍ଷରୁ ଗତ ମାସରେ ଏକ ଖବର ପ୍ରକାଶ ପାଇଥିଲା ଯେଉଁଥିରେ SSC ପକ୍ଷରୁ ୧.୩୦ ଲକ୍ଷ CRPF କନଷ୍ଟେବଲଙ୍କ ନିଯୁକ୍ତି ବାହାରିବା ନେଇ କୁହାଯାଇଥିଲା । ଯେଉଁଥିରେ ପୁରୁଷଙ୍କ ପାଇଁ ୧ ଲକ୍ଷ ୨୫ ହଜାର ୨୬୨ ପଦବୀ ଏବଂ ମହିଳାଙ୍କ ପାଇଁ ୪୬୬୭ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ବାହାରିବ ।

କେତେ ରହିବ ଦରମା?

ଚୟନ ହେବାକୁ ଥିବା ପ୍ରାର୍ଥୀଙ୍କୁ ଲେବଲ-୩ ବେତନ ମେଟ୍ରିକ୍ସ ଅନୁଯାୟୀ ମିଳିବ । ଏହି ହିସାବରେ ସେମାନଙ୍କୁ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ଏହା ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଖୁବୟସ ସୀମା ଓ ଯୋଗ୍ୟତା:

ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ଠାରୁ ଅଧିକ ବୟସ୍କ ପ୍ରାର୍ଥୀ ଆବେଦନ କରିପାରିବେ ନାହିଁ । କିନ୍ତୁ ଆରକ୍ଷଣ ବର୍ଗଙ୍କ ପାଇଁ ବୟସ ସୀମାରେ କୋହଳ କରାଯିବ । CRPF କନଷ୍ଟେବଲ ପୋଷ୍ଟ ପାଇଁ ଅନ୍ୟୁନ ଦଶମ ପାସ୍ କରିଥିବା ଆବଶ୍ୟକ । ମାଟ୍ରିକ କିମ୍ବା ତତୁର୍ଦ୍ଧ୍ବ ପାସ୍ ଆଶାୟୀ ଆବେଦନ କରିପାରିବେ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ଜାଣନ୍ତୁ କେମିତି କରିବେ ଆବେଦନ

ପ୍ରଥମେ ଦିଆଯାଇଥିବା ଅଧିକାରୀକ ଓ୍ବେବ୍‌ସାଇଟ୍କୁ ଯିବାକୁ ହେବ, ଏହା ପରେ ଭର୍ତ୍ତି ଲିଙ୍ଗ ଉପରେ କ୍ଲିକ୍ କରନ୍ତୁ, ବ୍ୟକ୍ତିଗତ ପରିଚୟ ଦେଇ ସବମିଟ୍ କରିବାକୁ ହେବ, ପରେ CRPFର ଫର୍ମ ପୂରଣ କରିବା ସହ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିବାକୁ ହେବ ଏହା ପରେ ଫିସ୍ ଜମା କରିବାକୁ ହେବ ଏବଂ ଏହା ପରେ ଫର୍ମର ଏକ କପି ଡାଉନଲୋଡ୍ କରି ନିଜ ପାଖରେ ରଖିବେ। 

Share this story