୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ମଝି ଆକାଶରେ ନିଖୋଜ, ଚାଲିଗଲା ସମସ୍ତ ଜୀବନ

six died in helicopter crash in Nepal

ଓଡ଼ିଆ ଗସିପ୍ ବ୍ୟୁରୋ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର । ନେପାଳର ସୋଲୁଖୁମ୍ବୁକୁ କାଠମାଣ୍ଡୁ ଯାଉଥିବା ହେଲକପ୍ଟର ନିଖୋଜ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଏଥିରେ ୫ଜଣ ବିଦେଶୀ ନଗରିକଙ୍କ ସହିତ ୬ଜଣ ଯାତ୍ରା କରୁଥିଲେ । ୫ଜଣ ବିଦେଶୀ ମ୍ୟାକ୍ସିକୋ ଦେଶରୁ ଥିବା ସୂଚନା ମିଳିଛି । ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଠୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏପର୍ଯ୍ୟନ୍ତ ଚପର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ : ସବୁ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ; ହାଇକୋର୍ଟଙ୍କ ଆସିଲା ଏପରି ବଡ଼ ରାୟ

ସୂଚନା ଅନୁଯାୟୀ, ମନଙ୍କ ଏୟାର ଲାଇନ୍ସର ହେଲିକପ୍ଟର ଉଡ଼ାଣ ପରେ ନିଖୋଜ ହୋଇଯାଇଛି । ଉଡ଼ାଣ ଭରିବାର ୧୫ ମିନିଟ୍ ପରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି ।

ବର୍ତ୍ତମାନ ସୁଧା କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ । ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାଙ୍କଜେ ଗାଁର ଲାମଜୁରା ସ୍ଥିତ ଡିହାନଣ୍ଡଡା ରହୁଥିବା ଲୋକ ସୂଚନା ଦେଇଛନ୍ତି ।

Share this story