ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

serious accident kills six members of family

ଓଡ଼ିଆ ଗସିପ ବ୍ୟୁରୋ : ଛତିଶଗଡ଼ର ବାଲୋଦା ବଜାର ଭାଟାପାରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏକ ଯାତ୍ରୀବାହୀ ଭ୍ୟାନ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୫ ମହିଳା ଥିବା ଜଣାଯାଇଛି ।

ଏହି ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି । ଘଟଣା ପରେ ତୁରନ୍ତ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ବାଲୋଦା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ : ଏହି ୩ଟି ରାଶି ପାଇଁ ବଢିପାରେ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

ସୂଚନା ଅନୁସାରେ, ଆଜି ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିଲା । ଗାଡ଼ିଟି ବାଲୋଦା ବଜାର ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ଟି ଭ୍ୟାନ୍‌କୁ ଧକ୍କା ଦେଇଥିଲା ।

କୌଣସି ଏକ ପାରିବାରିକ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତେ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିବା ବାଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Share this story

World Odia Language Conferene