ସ୍ଥିର ହେଲା ତାରିଖ, ଏହି ଦିନ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
 

Ram Temple Inauguration On Jan 22 PM Modi Says Feel Very Blessed
ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ଉଦଘାଟନ

ଓଡ଼ିଆ ଗସିପ୍ ବ୍ୟୁରୋ: ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ। 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ । ସେ ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ରାମ ଜନ୍ମଭୂମି ନିର୍ମାଣ କମିଟିର ସଦସ୍ୟ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ପବିତ୍ର ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ କମିଟିର ସଦସ୍ୟମାନଙ୍କର ଅନୁରୋଧ ସ୍ବିକାର କରିଛନ୍ତି । ତେବେ ଚମ୍ପତ ରାୟ, ନୃପେନ୍ଦ୍ର ମିଶ୍ର, ଗୋବିଦ ଗିରିଙ୍କ ସମେତ ଟ୍ରଷ୍ଟର ଅଉ ଚାରି ଜଣ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ନିମନ୍ତ୍ରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ (ପୂର୍ବ ଟ୍ବିଟର)ରେ ମୋଦୀ ଲେଖିଛନ୍ତି ଯେ, ମୋର ସୌଭାଗ୍ୟ ଯେ, ମୁଁ ଏଭଳି ଏୈତିହାସିକ ସମାରୋହରେ ସାମିଲ ହେବି । ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେକରୁଥିବା ଲେଖିଛନ୍ତି ମୋଦୀ । ଏହାସହ ସେ କମିଟିର ସଦସ୍ୟମାନଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ଅପଲୋଡ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ଶ୍ରୀରାମ ଜନ୍ମଭୂମୀ କମିଟିର ସଦସ୍ୟ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ଶ୍ରୀ ବିଗ୍ରହର ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହା ପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରର ଆଧାରଶୀଳା ରଖିଥିଲେ । ତେବେ ରାମଲାଲାଙ୍କୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା ସମାରୋହରେ ମନ୍ଦିର ପରିସରରେ ପ୍ରବେଶ ପାଇଁ ପ୍ରାୟ ୧୦ ହଜାର ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

Share this story