ଟ୍ରକକୁ ଧକ୍କା ଦେଲା ପୁଲିସ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ପୁଲିସ ଆହତ, ଦୁର୍ଘଟଣାର କାରଣ ହେଲା...
 

Police Van Meets Accident Near Bangiriposhi Ghati more than 10 policemen injured
ଟ୍ରକକୁ ଧକ୍କା ଦେଲା ପୁଲିସ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ପୁଲିସ ଆହତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାଙ୍ଗିରିପୋଷିର ଦ୍ୱାରଶୁଣି ଘାଟିରେ ସଡ଼କ ଦୁର୍ଘଟଣାରେ ବ୍ରେକ ଲାଗୁନି। ପୁଣି ସୋମବାର ଆଉ ଦୁର୍ଘଟଣାରେ ଘଟିଯାଇଛି। ଘାଟି ରାସ୍ତାରେ ବ୍ରେକ ଫେଲ ହେବାରୁ ପୁଲିସ ଭ୍ୟାନ୍‌ ଓ କଣ୍ଟେନାର ଟ୍ରକ ମୁଁହାମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଫଳରେ ୧୦ ଜଣରୁ ଉର୍ଦ୍ଧ୍ବ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

ସୂଚନା ଅନୁଯାୟୀ, ପୁଲିସ କର୍ମଚାରୀ ମାନେ କରଞ୍ଜିଆରୁ ବାରିପଦା ଅଭିମୁଖେ ଆସୁଥିଲେ। ଉକ୍ତ ସମୟରେ ପୁଲିସ ରିଜର୍ଭର ଭ୍ୟାନଟି ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବାର ସୂଚନା ରହିଛି। 

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ

ଆହତ ସମସ୍ତଙ୍କୁ ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନତ୍ୱରିତ କରାଯାଇଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଥାନା ପୁଲିସ ପହଞ୍ଚି ଘଟଣା ନେଇ ତଦନ୍ତ କରୁଛନ୍ତି।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...
 

Share this story