ଦେଶରେ ସରିଲା ନିର୍ବାଚନ ପ୍ରଚାର; ୪୫ ଘଣ୍ଟା ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
 

PM Modi arrives in Kanyakumari for 45 hour long meditation
ଧ୍ୟାନରେ ବସିବେ ମୋଦୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ ହେବା ପରେ କନ୍ୟାକୁମାରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀ ଯାଇ ବିବେକାନନ୍ଦ ସ୍ମାରକୀ ଶିଳାରେ ଧ୍ୟାନ ମୁଦ୍ରାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଯାଏଁ ୪୫ ଘଣ୍ଟା ଏଠାରେ ଧ୍ୟାନରେ ବସିବେ ସେ । ଏହି ସମୟ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି ।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ମୋଦୀଙ୍କ ଆଗମନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ସେ ଏଠାରେ ଦୁଇଦିନ ଧ୍ୟାନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଏଠାରୁ ଯିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୩୦୦୦ ଯବାନ ଙ୍କୁ ମୁତୟନ କରାଯାଇଛି । ବିବେକାନନ୍ଦ ଶିଳା ଉପରେ ୫ଟି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା କରୁଛନ୍ତି। ତାମିଲନାଡୁ ମେରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ଜାହାଜ ମଧ୍ୟ ସାମୁଦ୍ରିକ ସୀମାର ସୁରକ୍ଷା କରୁଛି। ଗୁରୁବାର ସକାଳୁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଅଧିକ ପଢନ୍ତୁ : କୌଣସି କଥାକୁ ନେଇ ଚିନ୍ତାରେ ରହିବା ସହ ଏହି ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 
 

Share this story