ସରିଲା ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା, ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ, ପଢି ନିଅନ୍ତୁ ଆଉ କିଛି ଖବର

ଓଡ଼ିଆ ଗସିପ୍ ବ୍ୟୁରୋ: ଯେଉଁ ମୁହୂର୍ତ୍ତକୁ ଅଗଣିତ ଭକ୍ତ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହାର ଅନ୍ତ ହୋଇଛି। ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନ ଭାବେ ଏହା ସମ୍ପନ୍ନ କରିଛନ୍ତି ।
କାର୍ଯ୍ୟକ୍ରମ ସମାପନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ
ଶହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଛି। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି।
ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଏହାପରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାମ ଆସିଗଲେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ରାମ-ରାମରୁ ଆରମ୍ଭ ହୋଇ ଜୟ ଶ୍ରୀରାମରେ ଶେଷ ହୋଇଥିଲା । ରାମ ଆଉ ଟେଣ୍ଟ ଘରେ ନୁହେଁ, ଭବ୍ୟ ମନ୍ଦିରରେ ରହିବେ। ସମୟର କାଳଚକ୍ରରେ ଆଜିର ଦିନ କାଳକାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ମୁହୂର୍ତ୍ତ ହେଉଛି ଅଲୌକିକ। ଏହି ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ମୁଁ ଆପଣ ସମସ୍ତଙ୍କ ଆଗରେ ଐଶ୍ୱର୍ଯ୍ୟା ଚେତନାର ସାକ୍ଷୀ ଭାବରେ ରାମ ମନ୍ଦିର ଗର୍ଭଗୃହରେ ଉପସ୍ଥିତ ହୋଇଥିଲି। ମୋତେ ବହୁତ କିଛି କହିବାକୁ ଅଛି ହେଲେ ମୋ କଣ୍ଠ ଅବରୋଧିତ।
ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ପରେ ରାମଲାଲା ଚିତ୍ତାକର୍ଷକ ହସ ଓ ଅଲୌକିକ ରୂପକୁ ସାରା ବିଶ୍ବ ଦେଖୁଛି। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ମୂର୍ତ୍ତି ମନ ମୋହୁଛି। ପ୍ରଧାନମନ୍ତ୍ରୀ ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା। ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମୟରେ ଉପସ୍ଥିତ ରହିଥିଲେ।
ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ଏହି ରାଶି ବ୍ୟକ୍ତିଙ୍କ ବିବାହ ପ୍ରସ୍ତାବ ସ୍ଥିର ହେବ, ପଢନ୍ତୁ ଆଜିର ରାଶିଫଳ
ସରିଲା ପ୍ରାଣ ପ୍ରତିଷ୍ଠା, ଜୀବନ୍ୟାସ ପାଇଲେ ଶ୍ରୀରାମ
ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଅଯୋଧ୍ୟା ସହର ରାମମୟ ହୋଇପଡ଼ିଛି। ହଜାର ହଜାର ହଜାର ଭକ୍ତଙ୍କ ସହ ସାଧୁ, ସନ୍ଥ, ଆଚାର୍ଯ୍ୟ ଏବଂ ପୁରୋହିତଙ୍କ ସମେତ ଆମନ୍ତ୍ରିତ ଅତିଥିମାନେ ଏହି ଉତ୍ସବରେ ଉପସ୍ଥିତ ରହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ସ୍ବାଗତ ପାଇଁ କ୍ବିଣ୍ଟାଲ, କ୍ବିଣ୍ଟାଲ ଫୁଲ, ଆଲୋକମାଳାରେ ସୁସଜିତ ହୋଇଛି ଅଯୋଧ୍ୟା ନଗରୀ। ରାମନାମ ମନ୍ତ୍ରରେ ପ୍ରତିଧ୍ବନିତ ହେବା ସହ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଛି।
ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ସେମାନେ ସମସ୍ତେ ରାମଲଲାଙ୍କ ଆଗରେ ନତମସ୍ତକ ହୋଇଛନ୍ତି। ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା। ଏହି ସମୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି।
ପ୍ରାଣ ପ୍ରତିଷ୍ଠା ଦେଖିଲେ ମୁଖ୍ୟମନ୍ତ୍ରୀ
ଅନ୍ୟପଟେ ରାଜ୍ୟର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଛନ୍ତି। ସେହି ସମୟରେ ତାଙ୍କ ସହ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…