ପେଟ୍ରୋଲ-ଡିଜେଲ ଦର ପୁଣି ବଢ଼ିଲା: ୧୦ ଦିନରେ ୪ର୍ଥ ଥର ପାଇଁ ମହଙ୍ଗା ହେଲା ତେଲ, ପେଟ୍ରୋଲ ମାରିଲା ଶତକ; ଜାଣନ୍ତୁ ଆଜିର ନୂଆ ଦର 

Petrol and diesel prices increase again oil becomes expensive for the fourth time in 10 days

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ପୁଣି ଗ୍ରାହକଙ୍କୁ ବଡ଼ ଝଟକା । ୧୦ ଦିନ ମଧ୍ୟରେ ଚତୁର୍ଥ ଥର ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର । ତେଲ କମ୍ପାନୀଗୁଡ଼ିକ ମଧ୍ୟରାତ୍ରିରେ ହିଁ ପେଟ୍ରୋଲ ପମ୍ପଗୁଡ଼ିକୁ ଇମେଲ୍ କରି ଦେଇଥିଲେ ଯେ ପେଟ୍ରୋଲ-ଡିଜେଲ ଦର ପୁଣି ବଢ଼ାଇ ଦିଆଯାଇଛି ଏବଂ ୨୫ ମେ' ସକାଳ ୬ଟାରୁ ନୂଆ ଦର ଲାଗୁ କରାଯାଉ। ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ୨.୭୧ ଟଙ୍କା ମହଙ୍ଗା ହୋଇଛି। ଦରରେ ଏହି ନୂଆ ବୃଦ୍ଧି ପରେ ପେଟ୍ରୋଲ ଦର ଶତକ ମାରିଛି (୧०० ଟଙ୍କା ପାର୍ କରିଛି)। ସେହିପରି ଡିଜେଲ ଦର ୯୫ ଟଙ୍କାରୁ ଅଧିକ ହୋଇଯାଇଛି।

ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୯୯.୫୧ ଟଙ୍କା ବଦଳରେ ୧୦୨.୧୨ ଟଙ୍କାରେ ମିଳିବ। ଡିଜେଲ ଲିଟର ପିଛା ୯୨.୪୯ ଟଙ୍କା ବଦଳରେ ୯୫.୨୦ ଟଙ୍କା ମିଳିବ। କୋଲକାତାରେ ଆଜିଠାରୁ ପେଟ୍ରୋଲ ଦର ୧୧୩.୫୧ ଟଙ୍କା, ମୁମ୍ବାଇରେ ୧୧୧.୨୧ ଟଙ୍କା ଏବଂ ଚେନ୍ନାଇରେ ୧୦୭.୭୭ ଟଙ୍କା ପ୍ରତି ଲିଟର ହୋଇଯାଇଛି। ସେହିପରି କୋଲକାତାରେ ଆଜିଠାରୁ ଡିଜେଲ ଦର ୯୯.୮୨ ଟଙ୍କା, ଚେନ୍ନାଇରେ ୯.୯୫ ଟଙ୍କା ଏବଂ ମୁମ୍ବାଇରେ ୯୭.୮୩ ଟଙ୍କା ପ୍ରତି ଲିଟର ହେବ।

ପେଟ୍ରୋଲ-ଡିଜେଲ ଦର ୨ ଦିନ ପୂର୍ବେ ୨୩ ମେ' ଶନିବାର ଦିନ ମଧ୍ୟ ବଢ଼ିଥିଲା। ସେହି ଦିନ ପେଟ୍ରୋଲ ଦର ୯୧ ପଇସା ବଢ଼ିବା ପରେ ୯୮.୬୪ ଟଙ୍କା ବଦଳରେ ୯୯.୫୧ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା। ସେହିପରି ଡିଜେଲ ଦର ୮୬ ପଇସା ବଢ଼ିବା ପରେ ୯୧.୫୮ ଟଙ୍କା ବଦଳରେ ୯୨.୪୯ ଟଙ୍କା ପ୍ରତି ଲିଟର ହୋଇଥିଲା।

ଅଧିକ ପଢ଼ନ୍ତୁ: ପ୍ରବଳ ଖରା ଉତ୍ତାପରୁ ରକ୍ଷାପାଇବା ପାଇଁ ପିନ୍ଧୁଛନ୍ତି କି ୧୦୦ ଟଙ୍କିଆ ଚଷମା? ହୋଇଯାଆନ୍ତୁ ସତର୍କ, ନଚେତ୍‌...

୧୯ ମେ'ରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବଢ଼ାଯାଇଥିଲା। ସେହି ଦିନ ୮୭ ପଇସା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ୯୭.୭७ ଟଙ୍କା ବଦଳରେ ୯୮.୬୪ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା। ସେହିପରି ଡିଜେଲ ୯୧ ପଇସା ମହଙ୍ଗା ହେବା ପରେ ୯୦.୬୭ ଟଙ୍କା ବଦଳରେ ୯୧.୫୮ ଟଙ୍କା ପ୍ରତି ଲିଟରରେ ମିଳିବାକୁ ଲାଗିଥିଲା।

୧୯ ମେ' ପୂର୍ବରୁ ପ୍ରଥମେ ୧୫ ମେ'ରେ ଦର ବଢ଼ାଯାଇଥିଲା ଏବଂ ତାହା ମଧ୍ୟ ଏପ୍ରିଲ ୨୦୨୨ ପରେ ପ୍ରଥମ ଥର ପାଇଁ ବଢ଼ିଥିଲା। ସେହି ଦିନ ପେଟ୍ରୋଲ ଦର ୩.୧୪ ଟଙ୍କା ବଢ଼ିବା ପରେ ୯୪.୬୭ ଟଙ୍କାରୁ ୯୭.୭୭ ଟଙ୍କା ହୋଇଯାଇଥିଲା। ସେହିପରି ଡିଜେଲ ଦର ଲିଟର ପିଛା ୩.୧୧ ଟଙ୍କା ବଢ଼ିବା ପରେ ୮୭ ଟଙ୍କାରୁ ୯୦.୬୭ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା।

Share this story