ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ସମୁଦ୍ରରେ ଫସିଛି ରହିଛି ଯାତ୍ରୀବାହୀ ଜାହାଜ: ଏବେ ସୁଦ୍ଧା ୭୫ଜଣଙ୍କ ମୃତ୍ୟୁ, ୨ଶହରୁ ଅଧିକ ନିଖୋଜ ଥିବା ସୂଚନା

passenger ship is standard in sea more than 60 people have died

ଓଡ଼ିଆ ଗସିପ ବ୍ୟୁରୋ: ମଝି ସମୁଦ୍ରରେ ଫଶିଛି ଜୀବନ । ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ଶହ ଶହ ସଂଖ୍ୟକ ପ୍ରବାସୀ ଫଶି ରହିଛନ୍ତି । ଇଟାଲୀ କୋଷ୍ଟଗାର୍ଡ ସେନା ଏମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଜାହଜରେ ଯାତ୍ରା କରି ପ୍ରବାସୀମାନେ ଦୁନିଆର ବିଭିନ୍ନ ସ୍ଥାନରୁ ୟୁରୋପକୁ ଆସୁଥିବା ବେଳେ ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି । ତେବେ ଖରାପ ପାଣିପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧା ହେଉଥିବା କହିଛି ଇଟାଲୀ କୋଷ୍ଟଗର୍ଡ ।

ଆହୁରି ପଢ଼ନ୍ତୁ : ୧୫ କୋଟି ଟଙ୍କା ପାଇଁ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି; ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା

ଜାହଜରେ ମାତ୍ରାଧିକ ପ୍ରବାସୀ ଯାତ୍ରା କରୁଥିଲେ । ତେବେ କୋଷ୍ଟଗାର୍ଡ ପାଖରେ କେବଳ ୫ଶହ ଲୋକଙ୍କୁ ବଂଚାଇବା ପାଇଁଁ ସାଧନ ରହିଛି । ତେବେ ଇଟାଲୀ ନୌସେନା ଉଦ୍ଧାର ପାଇଁ ଛୋଟ ଛୋଟ ଜାହଜ ପଠାଇଛି ।

Share this story