ଏହି ମୁଖ୍ୟ କାରଣ ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

Pakistans court sentenced former Prime Minister Imran Khan

ଓଡ଼ିଆ ଗସିପ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ । ତୋଷଖାନା ମାମଲାରେ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଇସଲାମାବାଦ ଟ୍ରାଏଲ କୋର୍ଟ ।

ଖାଲି ଏତିକି ନୁହେଁ, ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏହା ସହ ୫ ବର୍ଷ ଯାଏ କୌଣସି ନିର୍ବାଚନ ଲଢ଼ି ପାରିବେନି ଇମ୍ରାନ ଖାଁ । ରାୟ ପ୍ରକାଶ ପରେ ଇସଲାମାବାଦ ପୁଲିସ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରିକରିଛି ।

ଅଧିକ ପଢ଼ନ୍ତୁ : ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ପୁଲିସ ଡିଜି

ଅଧିକ ପଢ଼ନ୍ତୁ : ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ; ଏହି ୩ ରାଶି ଥିବା ବ୍ୟକ୍ତି ବିଶେଷ ଆର୍ଥିକ ଓ ଶାରୀରିକ କ୍ଷତି ଭୋଗିବେ!

ସୂଚନାଯୋଗ୍ୟ, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା ।

ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି ।

Share this story