ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ପୁଲିସ ଡିଜି

Police IIC Suspended Following Arrest By Vigilance In Bribery Case In Koraput
ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ପୁଲିସ ଡିଜି

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଗିରଫ ହୋଇଥିବା ଦଶମନ୍ତପୁର ଥାନା ଆଇଆଇସିଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି। ଗତ ଜୁଲାଇ ୨୮ ତାରିଖରେ ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି। ଏହି ଘଟଣା ପାଇଁ ଆଜି ତାଙ୍କୁ ପୁଲିସ ଡିଜି ନିଲମ୍ବନ କରିଛନ୍ତି । 

ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଆଜି ପୁଲିସ ଡିଜି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ନିଲମ୍ବନ ଆଦେଶ ଗିରଫ ତାରିଖ ଜୁଲାଇ ୨୮ ଠାରୁ କାର୍ଯ୍ୟକାରୀ ହେବ ବୋଲି ଡିଜିପି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ମିଳିଥିବା ସୂଚନା ଅନୁସାରେ ଦଶମନ୍ତପୁର ବ୍ଲକ୍ ଗାଦିଆଗୁଡ଼ା ଗ୍ରାମର ମହେଶ୍ବର ସାଉଁନ୍ତା ଏସ୍. ତୋଟାଗୁଡା ଗ୍ରାମର ବିରଞ୍ଚି ଖୋସଲାଙ୍କ ନିକଟରୁ ୨୦ ହଜାର ଟଙ୍କା ଆଣିଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତକୁ ନେଇ ବିରଞ୍ଚି ଓ ମହେଶ୍ବରଙ୍କ ମଧ୍ୟରେ ବଚସା ‌ହୋଇଥିଲା।ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ହେବା ପରେ ମାମଲା ଦଶମନ୍ତପୁର ଥାନାରେ ପହଞ୍ଚିଥିଲା। 

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଟଙ୍କା ଫେରି ନ ପାଇବାରୁ ବିରଞ୍ଚି ଦଶମନ୍ତପୁର ଥାନାରେ ମହେଶ୍ବରଙ୍କ ନାମରେ ଅଭିଯୋଗ କରିଥିଲେ।ଦଶମନ୍ତପୁର ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଥାନାକୁ ଡକାଇ ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। କାର୍ଯ୍ୟାନୁଷ୍ଠାନ ବଦଳରେ ମାମଲାକୁ ରଫାଦଫା କରିବାକୁ ଦଶମନ୍ତପୁର ପୁଲିସ୍ ବିରଞ୍ଚିଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ପୁଲିସ୍ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଗତ ଜୁଲାଇ ୨୮ ତାରିଖରେ ବାକି ୮ ହଜାର ଟଙ୍କା ଥାନାରେ ନେବା ସମୟରେ ଭିଜିଲାନ୍ସ ଧରିଥିଲା।

Share this story