ଦେହର ସୁଖ ସରିଗଲା ପରେ ପ୍ରେମ ଆଉ ପ୍ରେମ ହୋଇ ରହିବ ତ?

Pakistani woman who crossed over via Nepal to stay with Indian husband gets bail

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁ ସରହଦ ଡେଇଁ ପ୍ରେମ ନିଶାରେ ଭାରତରେ ପହଞ୍ଚିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ମହଲରେ ବିବାଦ ତେଜିଛି। ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଜେନ୍ସି ମଧ୍ୟରେ ସୀମା ଏବେ ସବୁଠୁ ଚର୍ଚ୍ଚିତ ରହିଛନ୍ତି।

ଅଧିକ ପଢ଼ନ୍ତୁରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା: ସୃଷ୍ଟି ହେବ ଘନ ଘନ ଲଘୁଚାପ

ବିଭିନ୍ନ ଗଣମାଧ୍ୟମରେ ସୀମା ଦେଇଥିବା ବୟାନକୁ ନେଇ ସାଧାରଣ ଲୋକ ତାଙ୍କ ପ୍ରତି ସହୃଦୟତା ପ୍ରକାଶ କରୁଥିବା ବେଳେ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତ ଆସି ଗ୍ରେଟର ନୋଏଡାର ଯୁବକ ସଚିନଙ୍କୁ ବିବାହ କରିଛନ୍ତି ବୋଲି ସୁରକ୍ଷା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏଥିନେଇ ସୀମାଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପଚରା ଉଚରା କରାଯିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।

ଅଧିକ ପଢ଼ନ୍ତୁଭାରତ ଲେଖିବ ଜହ୍ନରେ ନାଁ: ତୃତୀୟ ଥରରେ ହେବ ସଫଳ

ଏହାମଧ୍ୟରେ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ପାକିସ୍ତାନର ବହୁ ଜିହାଦୀ ସଂଗଠନ ଦାବି କରିଛନ୍ତି। ନଚେତ ଭାରତରେ ୨୬/୧୧ ଭଳି ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ଏହିକ୍ରମରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଫୋନ ଆସିଛି।

ଅଧିକ ପଢ଼ନ୍ତୁବନ୍ଦ ହୋଇଯିବ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ: ଶସ୍ତାରେ ମିଳିବନି ଡ୍ରେସ, ଚଟପଟା ଖାଇବାର ମଜା

ସୀମାଙ୍କୁ ପାକିସ୍ତାନ ନ ପଠାଇଲେ ଭାରତର ସତ୍ୟାନାସ ହେବ ବୋଲି ଫୋନରେ ଜଣେ ବ୍ୟକ୍ତି ଧମକ ଦେଇ କହିଛି। ଭାରତ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ପ୍ରସ୍ତୁତ ରହିବ ଏବଂ ଏଥିଲାଗି ଉତ୍ତରପ୍ରଦେଶ ସରକାର ଦାୟୀ ରହିବେ ବୋଲି ବ୍ୟକ୍ତି ଜଣକ କହିଛି। ଏହି ଘଟଣାର ଯାଞ୍ଚ କରାଯାଉଛି।

 

 

 

Share this story