ନିର୍ବାଚନ ଲଢିବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର !, କହିଲେ ଏହି ବଡ଼ କଥା...

Pakistan woman Seema Haider will contest the election in India

ଓଡ଼ିଆ ଗସିପ ବ୍ୟୁରୋ : ସଚିନ୍‌ଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଫିଲ୍ମ ସାଇନ୍ କରିଛନ୍ତି । ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି ।

ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଏକ ଦଳ ସୀମାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି । ରିପୋର୍ଟ ଅନୁଯାୟର, ସୀମା ହାଇଦରଙ୍କୁ ଏନଡିଏର ସହଯୋଗୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠଓ୍ବଲେଙ୍କ ପାର୍ଟୀ ରିପବ୍ଲିକାନ୍‌ ପାର୍ଟୀ ଅଫ୍‌ ଇଣ୍ଡିଆ (ଆରପିଆଇ) ପାର୍ଟିରେ ସାମିଲ୍‌ ହେବାକୁ ଅଫର୍‌ ମିଳିଛି ।

ଅଧିକ ପଢ଼ନ୍ତୁ : ଭୁଲରେ ବି ଦାନ କରନ୍ତୁନି ଏସବୁ ଜିନିଷ, ନଚେତ ଆର୍ଥିକ କ୍ଷତି ସହ ଘରକୁ ମାଡି ଆସିବ ଦାରିଦ୍ର୍ୟତା

ଅଧିକ ପଢ଼ନ୍ତୁ : ଭାଇରାଲ ହେଉଛି ଜୋମାଟୋର ଏହି ଟ୍ବିଟ୍ ; ଏହି ସଙ୍ଗୀନ କାରଣ ପାଇଁ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ପାଇଁ ମନା କଲା କମ୍ପାନୀ

କୁହାଯାଉଛି ସୀମା ହାଇଦର ମଧ୍ୟ ଆରପିଆଇର ଅଫର୍‌କୁ ସ୍ବୀକାର କରିଛନ୍ତି । ଦଳର ଅଧିକାରୀମା​ନେ କହିଛନ୍ତି ଯେ ତାଙ୍କୁ ମହିଳା ଓ୍ବିଙ୍ଗ୍‌ର ଅଧ୍ୟକ୍ଷ କରାଯିବ ।

ଏହା ସହ ତାଙ୍କର କହିବା ଶୈଳୀକୁ ଦେଖି ଦଳର ପ୍ରବକ୍ତା ମଧ୍ୟ କରାଯିବ । ଏମିତିକି ତାଙ୍କୁ ନିର୍ବାଚନ ଲଢ଼ିବାକୁ ମଧ୍ୟ ଦିଆଯିବ ବୋଲି କୁହାଯାଇଛି । ଏବେ କେବଳ ସୀମାଙ୍କୁ ସୁରକ୍ଷା ଏଜେନ୍ସୀଙ୍କ ଠାରୁ କ୍ଲିନ୍‌ ଚିଟ୍‌ ମିଳିବା ନେଇ ଅପେକ୍ଷା ରହିଛି ।

Share this story