ଏର୍ଣ୍ଣାକୁଲମରେ ଆତଙ୍କବାଦୀ ଆକ୍ରମଣ! ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ଥିଲେ ୨ ହଜାର ଲୋକ
 

One dead over 20 injured in blast at convention centre in Kerala
ଏର୍ଣ୍ଣାକୁଲମରେ ଆତଙ୍କବାଦୀ ଆକ୍ରମଣ!

ଓଡ଼ିଆ ଗସିପ୍ ବ୍ୟୁରୋ: କେରଳର ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ । ଏକ କନ୍‌ଭେନସନ ସେଣ୍ଟରରେ ପ୍ରାର୍ଥନାବେଳେ ଘଟିଛି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି ଯାଞ୍ଚ କରୁଛି । ସୂଚନା ଅନୁସାରେ ବିସ୍ଫୋରଣବେଳେ କନ୍‌ଭେନସନ ସେଣ୍ଟରରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା, କଲାମାସେରି ସ୍ଥିତ ଏହି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକିବେଳେ କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ଏଥିରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରୁ ଜଣଙ୍କର ଦଗ୍ଧ ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ ।

ଅଧିକ ପଢ଼ନ୍ତୁ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ 

Share this story